ମମିତା ମେହେର ହତ୍ୟା ମାମଲା କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ସହଯୋଗୀ ରାଧେଶ୍ୟାମ
ବଲାଙ୍ଗିର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସ୍ଥିତ ସନସାଇନ ଇଂଲିସ ମିଡିୟମ ସ୍କୁଲ ର ଅଧ୍ୟକ୍ଷା ତଥା ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗ୍ରାମର ଝିଅ ମମିତା ମେହେର ହତ୍ୟା ମାମଲାରେ ଆଜି କଂଟାବାଞ୍ଜି ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହୋଇଥିଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ତଥା ଡ଼୍ରାଇଭର ରାଧେଶ୍ୟାମ ଚଣ୍ଡୀ । ସାକ୍ଷ୍ୟ ଦେବା ପାଇଁ ମମତାଙ୍କ ବାପା ମଧ୍ୟ କୋର୍ଟରେ ହାଜର ହୋଇଥିଲେ । ଏଥିସହିତ ମହାଲିଙ୍ଗ ଗ୍ରାମର ଜଣେ ପ୍ରତ୍ୟେକ୍ଷଦର୍ଶିଙ୍କ ବୟାନ କୋର୍ଟରେ ରେକର୍ଡ଼ କରାଯାଇଛି । ପ୍ରକାଶ ଥାଉକି, ୨୦୨୧ ଅକ୍ଟୋବର ୮ ତାରିଖରେ ମମିତା ନିଖୋଜ ହୋଇଥିଲେ । ଏବଂ ଅକ୍ଟୋବର ୧୯ ତାରିଖରେ ତାଙ୍କ ଦରପୋଡ଼ା ମୃତଦେହ ମାଟିତଳୁ ଉଦ୍ଧାର କରିଥିଲା ପୋଲିସ । ଏହି ମାମଲା କୋର୍ଟରେ ବିଚାରାଧିନ ରହିଛି ।
