ବଲାଙ୍ଗିର କରାଟେ ସ୍କୁଲ ଛାତ୍ରୀ ସର୍ବ ଭାରତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଅଂଶ ଗ୍ରହଣ
ବଲାଙ୍ଗିର : ଓଡିଶା ରାଜ୍ୟ କରାଟେ ସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ୩୪ତମ ଉପକନିଷ୍ଠ କରାଟେ ପ୍ରତିଯୋଗିତା ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପରିଷଦରେ ୧୧ ରୁ ୧୩ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ସଂଘ ତଥା ବଲାଙ୍ଗିର କରାଟେ ସ୍କୁଲର ଛାତ୍ରୀ ଅଭିପ୍ଶା ହୋତା ୧୩ ବର୍ଷ ବାଳିକା ବର୍ଗ (୫୫ କେଜି) ରୁ କମ୍ କୁମୁତି ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲାକୁ ଗୌରାବନ୍ୱିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ସର୍ବ ଭାରତୀୟ ଉପକନିଷ୍ଠ କରାଟେ ପ୍ରତିଯୋଗିତା ଆସନ୍ତା ୩ ଓ ୪ ଡିସେମ୍ବରରେ ନୂଆଦିଲ୍ଲୀର ତାଲକୋଟରା ଉନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବଲାଙ୍ଗିର ଜିଲ୍ଲାରୁ ଜଣେ ମାତ୍ର ଛାତ୍ରୀ ଓଡିଶା ରାଜ୍ୟ କରାଟେ ସଂଘକୁ ମନୋନିତ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସଂପାଦକ ତଥା କୋଚ ହୃଦୟ ଶବର ଏବଂ ପିତା ବଦ୍ରିନାଥ ହୋତାଙ୍କ ସହିତ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ସଫଳତା ପାଇଁ ରାଜ୍ୟ କରାଟେ ସଂଘକୁ ଧନ୍ୟବାଦ ଏବଂ ବଲାଙ୍ଗିର ଜିଲ୍ଲା କରାଟେ ସଂଘ ଓ ବଲାଙ୍ଗିର କରାଟେ ସ୍କୁଲ ସଭାପତି ସଚିନ ବାଗ, ସହ-ସଂପାଦକ ଚନ୍ଦ୍ର ଶେଖର ସେଠ, ମନଗୋବିନ୍ଦ ମେହେର ଓ ସମସ୍ତ କର୍ମକର୍ତା, ଅଭିଭାବକ ଓ କ୍ରୀଡା ପ୍ରେମି ଅଭିନନ୍ଦନ, ଆଶିର୍ବାଦ ଜ୍ଞାପନ କରିଛନ୍ତି ।
