ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷଣା
ସାଉଥମ୍ପଟନ : ବହୁ ପ୍ରତୀକ୍ଷିତ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍କୁ ମାତ୍ର ଆଉ ତିନି ଦିନ ବାକି ରହିଛି। ଏହି ହାଇଭୋଲଟେଜ୍ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ। ଏହାକୁ ନେଇ ଖେଳାଳି, ପ୍ରଶଂସକ, ବିଶେଷଜ୍ଞ ଓ କ୍ରିକେଟ୍ ଦିଗ୍ଜ ସମସ୍ତେ ରୋମାଞ୍ଚିତ ଅଛନ୍ତି। ନ୍ୟୁଜିଲାଣ୍ଡ ଦଳ ପରେ ଭାରତୀୟ ଦଳ ଘୋଷଣା ହୋଇଛି। ଦଳ ପ୍ରବନ୍ଧକ ୧୫ ଜଣିଆ ଦଳ ଚୟନ କରିଛନ୍ତି। ଏଥିରେ ଦୁଇ ଓ୍ଵିକେଟ୍ କିପର ଓ ୫ ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି। ଦଳରେ ମୟଙ୍କ ଅଗ୍ରଓ୍ଵାଲ ଓ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିନାହିଁ। ଚେତେଶ୍ୱର ପୂଜାରା ଟପ୍ ଅର୍ଡରେ ରହିଥିବା ବେଳେ ଅଧିନାୟକ ବିରାଟ କୋହଲି ଏବଂ ଡେପୁଟି ଅଜିଙ୍କ୍ୟ ରାହାଣେ ମଧ୍ୟମ ଅର୍ଡର ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।
?️ #TeamIndia announce their 15-member squad for the #WTC21 Final ? ? pic.twitter.com/ts9fK3j89t
— BCCI (@BCCI) June 15, 2021
୧୫ ଜଣିଆ ଦଳରେ ପାଞ୍ଚ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଥିବା ବେଳେ ଓପନିଂ ଭାବେ ଶୁବମାନ ଗିଲ୍ ଓ ରୋହିତ ଶର୍ମାଙ୍କୁ ଦଳରେ ରଖାଯାଇଛି। ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କୁ ସାମିଲ କରାଯାଇଛି। ପାଞ୍ଚ ଦ୍ରୁତ ବୋଲର ହେଉଛନ୍ତି ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଉମେଶ ଯାଦବ। ଭାରତୀୟ ଦଳ : ରୋହିତ ଶର୍ମା, ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ ଓ ମହମ୍ମଦ ସିରାଜ।
