ସୁବର୍ଣ୍ଣରେଖା ମହାବିଦ୍ୟାଳୟର ନୂତନ ୨୬ଜଣିଆ କ୍ୟାମ୍ପସ କମିଟି ଗଠିତ।
ବାଲିଆପାଳ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ଆହ୍ବାନ ରେ ସୁବର୍ଣ୍ଣରେଖା ମହାବିଦ୍ୟାଳୟ ରେ ନୂତନ ଭାବେ ୨୬ ଜଣିଆ କ୍ୟାମ୍ପସ କମିଟି ଗଠିତ ହୋଇଛି । ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସାଂସ୍କୃତିକ,କ୍ରୀଡା ତାହା ସାମାଜିକ କାର୍ଯ୍ୟରେ ଅଧିକ କ୍ରିୟାଶୀଳ ଓ ମହାବିଦ୍ୟାଳୟର ଉନ୍ନତି ଏବଂ ପ୍ରଗତି ପାଇଁ ଏହି କମିଟି ସଦାସର୍ବଦା କାର୍ଯ୍ୟରତ ରହିବେ। ବହୁଦିନରୁ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଛାତ୍ରମାନଙ୍କ ନେତୃତ୍ଵ ନେଉଥିବା ପ୍ରତିପ୍ରକାଶ ଦାସଙ୍କୁ କମିଟିର ଆବାହକ ଭାବରେ ମନୋନୀତ କରାଯାଇଛି।ତତ୍ସହିତ ସହ-ଆବାହକ ହିତେଶ କୁମାର ସାହୁ ଓ ସୁମିତ ଦାସଙ୍କୁ ମନୋନୀତ କରାଯାଇଛି । ସାଂସ୍କୃତିକ ପ୍ରତିନିଧି ଭାବେ ଯୋଗାନନ୍ଦ ସାହୁ, ଆକାଶ କୁମାର ସାହୁ, ସୂପର୍ଣ୍ଣ ଜେନା ଓ ଗାୟତ୍ରୀ ଚାନ୍ଦ ମନୋନୀତ ହୋଇଛନ୍ତି। ଦେବବ୍ରତ ଦାସ , ପ୍ରକାଶ ନାଥ,ସ୍ଵସିଶ୍ରୀ ଦାସ ଓ ନାମିତ ନାୟକଙ୍କୁ କ୍ରୀଡା ପ୍ରତିନିଧି ଭାବରେ ନିଯୁକ୍ତ କରାଯାଇଛି। ସାମାଜିକ କାମ କ୍ଷେତ୍ରରେ ସଞ୍ଜୟ ବେରା, ଗୌରାଙ୍ଗ ହାଜିରା ,ଶୁଭସ୍ମିତା ମହାନ୍ତି,ଶୁଭମ୍ ପାତ୍ର ମନୋନୀତ ହେଇଛନ୍ତି। ହେଲ୍ପ ଡେସ୍କରେ ଅଙ୍କିତ ପାଲ୍,ସନ୍ଦୀପ ଅଣ୍ଡିଆ, ବିଜୟିନୀ ବିଶ୍ଵାଳ ଓ ଦିପିଶ୍ରୀ ପାତ୍ର ମନୋନୀତ ହେଉଛନ୍ତି। ହଷ୍ଟେଲ ଆବାହକ ଭାବେ ଶୁଭସ୍ମିତା ବାରିକ ନିଯୁକ୍ତ ହୋଇଛନ୍ତି । ଡେସସ୍କଲାର ସୋସାଇଟିରେ ସାନୁ ପରିଡ଼ା ଓ ସୁକନ୍ୟା ରାଉଳ ଏବଂ ତାପସ ଦାସ ,ସତ୍ୟମ୍ କୁମାର ସାମଲ,ମଧୁସ୍ମିତା ଆଣ୍ଡିଆ ଓ ମନାଲି ଜେନାଙ୍କୁ ସୋସିଆଲ ମିଡିଆ ଇନ୍ ଚାର୍ଜ ଭାବେ ମନୋନୀତ କରାଯାଇଛି। ଆଜି ମହାବିଦ୍ୟାଳୟ ସମ୍ମୁଖରେ ନବ ନିଯୁକ୍ତ ପ୍ରତିନିଧି ମାନଙ୍କୁ ଜିଲ୍ଲା ଛାତ୍ର ସଭାପତି ସୀମନ ଦାସ ମହାପାତ୍ରଙ୍କ ଆହ୍ଵାନରେ ବାଲିଆପାଳ ବ୍ଲକ୍ ଛାତ୍ର ସଭାପତି ସୁଶାନ୍ତ ବେହେରାଙ୍କ ନେତୃତ୍ୱରେ ଛାତ୍ରନେତା- ଦୀପକ, ଇନ୍ତାଜ୍,ନଗେନ୍ଦ୍ର, ରାଜକିଶୋର,ଜିତେନ୍ଦ୍ର,ମନୋରଞ୍ଜନ,ସୁଧାଂଶୁ ନୂଆ କ୍ୟାମ୍ପସ କମିଟି ସଦସ୍ୟ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ କ୍ୟାମ୍ପସ କମିଟିର ସମସ୍ତ ସଦସ୍ୟ ଗଣ ଆଗାମୀ ଦିନରେ ମହାବିଦ୍ୟାଳୟର ଉତ୍ତର ଉନ୍ନତି ପାଇଁ କାର୍ଯ୍ୟରତ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
