ଓଡିଶା ଅମଲା ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ଵରିଗୁମ୍ମା : କୋରାପୁଟ ଆଦିବାସୀ ସଂଗ୍ରାହଳୟ ଠାରେ ଓଡିଶା ଅମଲା ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ପ୍ରସନ୍ନ କୁମାର ତ୍ରିପାଠୀ, ରାଜ୍ୟ ଅମଲା ସଂଘ ସଭାପତି ନାରାୟଣ ଦାଶ,ଙ୍କ ସମେତ ବିଭିନ୍ନ ଜିଲ୍ଲା ର ଅମଲା ସଂଘ ସଭାପତି ଓ ସମ୍ପାଦକ ଯୋଗଦାନ କରିଥିଲେ। ସେମାନଙ୍କୁ ମୈତ୍ରୀ ଭବନ ଠାରୁ ବାଜା ବାଜାଣା ଓ ନୃତ୍ୟ ସହିତ ତାଙ୍କୁ ପାଛୋଟି ନିଆ ଯାଇଥିଲା। କୋରାପୁଟ ଜିଲ୍ଲା ଅମଲା ସଂଘ ସମ୍ପାଦକ ଶଶୀଭୂଷଣ ଦାଶ ବିବରଣୀ ପାଠ କରିଥିଲେ, ପ୍ରଦିପ ମୀଶ୍ର ସଭାପତି ମଞ୍ଚାସିନ ଥିବା ବେଳେ ରୁପ କେଶରୀ ଦଳେଇ ଓଡିଶା ଅମଲା ସଂଘ ଉପଦେଷ୍ଟା କଳାହାଣ୍ଡି ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଏହି ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଜିଲ୍ଲା ର ନୁତନ କମିଟି ନିମନ୍ତେ ପ୍ରସ୍ତାବ ଉପରେ ଆଲୋଚନା ଓ ଅନୁମୋଦନ ସହିତ ମୁଖ୍ୟ ଦାବି ଉପରେ ସବିଶେଷ ଆଲୋଚନା କରାଯାଇଥିଲା ଯଥା କନିଷ୍ଠ ସହକାରୀ ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ଉପରେ ଓଡିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତା ୧୫ .୦୨. ୨୦୨୩ ରିଖ ସୁଧା ଯଦି ଦାବି ପୁରଣ ନହୁଏ ତେବେ ମାର୍ଚ୍ଚ ୧ ତାରିଖରୁ ସଂଘ ଆନ୍ଦୋଳନ କୁ ଓହ୍ଲେଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ପରିଶେଷରେ ଶ୍ରୀ ଶଶି ଭୂଷଣ ଦାଶ୍ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ I
