ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ଜୟପୁର : ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ମହିଳା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଡଙ୍ଗାଗୁଡାର ମଙ୍ଗୁଳୁ ନାୟକ (୨୨) । ପୋଲିସ ସୁଚନା ଅନୁଯାଇ ଜଣେ (୧୬)ର ନାବାଳିକାକୁ ବିବାହିତା ଯୁବକ ମଙ୍ଗୁଳୁ ନାୟକ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲା । ତଦନ୍ତରେ ଜାଣି ଅଭିଯୁକ୍ତକୁ ଗିରଫ ସହ ଡାକ୍ତରୀମାଇନା କରି କୋର୍ଟ ଚାଲାଣ କରିଥିବା ମହିଳା ଥାନା ଅଧିକାରି ମମତା ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
