୫ ଟି ସଚିବ ବୋରିଗୁମ୍ମା ବ୍ଳକ ଗସ୍ତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖି ଖୁସି ପ୍ରକଟ କଲେ
ବୋରିଗୁମ୍ମ : ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଭି କେ ପାଣ୍ଡିୟାନ ଆଜି କୋରାପୁଟ ଜିଲ୍ଲା ର ବିଭିନ୍ନ ସ୍ଥାନ କୁ ଗସ୍ତ କରିଥିଲେ।ପ୍ରଥମେ କୋରାପୁଟ ସହରରେ ଥିବା ଶାବର ଶ୍ରୀକ୍ଷେତ୍ର କୁ ଯାଇ ତିନି ଠାକୁର ଙ୍କୁ ଦର୍ଶନ କରିବା ପରେ କୋରାପୁଟ ଜିଲ୍ଲାର ଦେଓମାଳି ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ।ପରେ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ବୋରିଗୁମ୍ମା ବ୍ଳକ ର ଆଉଁଳି ଠାରେ ଅବତରଣ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ।ବୋରିଗୁମ୍ମା ବ୍ଳକ ଆଉଁଳି ଠାରେ ୫ ଟି ସଚିବ ଭି କେ ପାଣ୍ଡିୟାନ ପହଞ୍ଚିବା ପରେ ତାଙ୍କୁ ଜୟପୁର ଉପ ଜିଲ୍ଲାପାଳ ବେଦବର ପ୍ରଧାନ, ପୋଲିସ ଏସ୍ଡିପିଓ ମଧୁସିକ୍ତା ମିଶ୍ର, ସ୍ଥାନୀୟ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା, ତହସିଲଦାର ସବ୍ୟସାଚୀ ଜେନା ପ୍ରମୁଖ ସ୍ୱାଗତ କରିଥିଲେ।ପ୍ରଥମେ ୫ ଟି ସଚିବ ଶ୍ରୀ ପାଣ୍ଡିୟାନ ଆଉଁଳି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ବର୍ତ୍ତମାନ ଆଉଁଳି ସରକାରୀ ଉଚ୍ଚ ବିଦ୍ୟାଳୟ ୫ ଟି ବିଦ୍ୟାଳୟ ରେ ରୂପାନ୍ତରଣ ହୋଇଛି।୫ ଟି ବିଦ୍ୟାଳୟ ର ସ୍ମାର୍ଟ କ୍ଳାସ ରୁମ,ଲାଇବ୍ରେରୀ ରୁମ ,ଡାଇନିଂ ଓ ଅନ୍ୟାନ୍ୟ ରୁମ ବୁଲି ଦେଖିଥିଲେ।ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଡାଇବା ସହ କଥାବାର୍ତ୍ତା ହୋଇଥିଲେ।ପରେ ଜୁଝାରୀ ରେ ହୋଇଥିବା ମିଶନ ଶକ୍ତି ର ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗ କୁ ବୁଲି ଦେଖିଥିଲେ।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ସେଠାରେ ଡାଲି, ଜୋତା, ମସଲା, ମାଣ୍ଡିଆ, ଖଲି, ଇଟା ପ୍ରସ୍ତୁତି,କୁକୁଡ଼ା ପାଳନ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି।୫ ଟି ସଚିବ ଶ୍ରୀ ପାଣ୍ଡିୟାନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକଳ୍ପ କୁ ବୁଲି ଦେଖି ଖୁସି ପ୍ରକଟ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ।ବିଭିନ୍ନ ପ୍ରକଳ୍ପ ରେ ଉତ୍ପାଦିତ ଜିନିଷ ବିକ୍ରି କଲେ ଲାଭ ହେଉଛି କି ବୋଲି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ବୋଲି ପଚାରି ବୁଝିଥିଲେ।ପରେ ଆଉଁଳି ଛକ ଠାରେ ମିଶନ ଶକ୍ତି ଦ୍ୱାରା ନିର୍ମାଣ କରାଯାଇଥିବା ଫୁଡ଼ ପାର୍କ କୁ ବୁଲି ଦେଖିଥିଲେ।ସେଠାରେ ଦଶ ଗୋଟି ଷ୍ଟଲ ହୋଇଥିବା ବେଳେ ୧୦ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଛନ୍ତି।ବୋରିଗୁମ୍ମା ବ୍ଳକ ରେ ଏହିଭଳି ଉନ୍ନତି ମୂଳକ କାର୍ଯ୍ୟ ଦେଖି ବ୍ଳକ ପ୍ରଶାସନ କୁ ପ୍ରଶଂସା କରିବା ସହ ପାଖରେ ଥିବା କୋରାପୁଟ ଜିଲାପାଳ ମହମ୍ମଦ ଅବଦୁଲ ଅଖତର ଏହିଭଳି ବିକାଶ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଥିଲେ।୫ ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଗସ୍ତ ଦେଖି ଏସ୍ଡିପିଓ ମଧୁସିକ୍ତା ମିଶ୍ର ଙ୍କ ନେତୃତ୍ୱରେ ବୋରିଗୁମ୍ମା ଅତିରିକ୍ତ ଆଇଆଇସି ଡମୁ ପରଜା, ବି ସିଂପୁର ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ, କୋଟପାଡ଼ ଥାନା ଆଇଆଇସି ଶେଷଦେବ ବେହେରା ଓ ଅନ୍ୟ ପୋଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱ ରେ ରହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ସଂଜୀବ କୁଲୁ, ବ୍ଳକ ଏଇ ସତ୍ୟନାରାୟଣ ସେଠୀ,ଏବିଡ଼ିଓ ମାଧୁରୀ ଆଚାରୀ, ସିଡ଼ିପିଓ ଗାୟତ୍ରୀ ବାହିନୀପତି ଓ ବ୍ଳକ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
