ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଉଛି ଚଳଚ୍ଚିତ୍ର ମହୋତ୍ସବ
ଦଶପଲ୍ଲା : ଦଶପଲ୍ଲା ଚଳଚ୍ଚିତ୍ର ମହୋତ୍ସବ କମିଟି ( ଚମକ) ଏବଂ ଫେସବୁକ ପେଜ୍ ” ଆମ ନୟାଗଡ଼ ” ର ମିଳିତ ସହଯୋଗରେ ଶୁକ୍ରବାର ଠାରୁ ଲୋକକଳା ଗ୍ରାମ, କୁଞ୍ଜବନଗଡ, ମହାବୀର କ୍ଷେତ୍ର, ଦଶପଲ୍ଲାଠାରେ ପ୍ରଥମ ରାଜ୍ୟ ସ୍ତରୀୟ ସଚେତନତା ମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ-୨୦୨୩ ଦ୍ୱିତୀୟ ସନ୍ଧ୍ଯା ତଥା ଶନିବାର ଦିନ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ମୁଖ୍ଯ ଅତିଥି ରୂପେ ଯୋଗଦେଇଥିଲେ l ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଶିଷ୍ଟ ଅତିଥି ରୂପେ ଯୋଗଦେଇଥିଲେ l ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ଯ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶରତ ସାହୁ ମଂଚ ପରିଚାଳନା କରିଥିଲେ ଓ ଚନ୍ଦ୍ରବିଜୟୀ ମିଶ୍ର ସଂଯୋଜନା କରିଥିଲେ। ହାଡିବଂଧୁ ମହାକୁଡ଼ ପରିଚୟ ପ୍ରଦାନ କରିଥିଲେ। କମିଟି ସଂପାଦିକା ଶୁଭଶ୍ରୀ ସନମ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଇତ୍ୟବସରରେ ଓଡିଶା ର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ, କର୍ମକର୍ତ୍ତା ଓ ସିନେପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ l
