ମଦ ପିଇବାକୁ ବାରଣ କରିବାରୁ ପୁଅକୁ ହତ୍ୟାକଲା ବାପା
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ିଆମ୍ବ ଗାଁରେ ମଦ୍ୟପ ବାପାର ଆକ୍ରମଣରେ ପୁଅର ମୃତ୍ୟୁ ଘଟିଛି । ଆଜି ଗାଁ ଦାଣ୍ଡରେ ଛୁରି ଭୁସି ପୁଅକୁ ହତ୍ୟା କରିଛି ବାପା । ମଦ ପିଇବାକୁ ବାରଣ କରିବାରୁ ପୁଅକୁ ହତ୍ୟା କରିଛି ବାପା । ଖବର ପାଇ ଜରଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛି । ମୃତ ପୁଅର ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛି । ଏ ସଂକ୍ରାନ୍ତରେ ଜରଡ଼ା ଥାନାରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି ।
