ପିକଅପ୍ ମହିନ୍ଦ୍ରା ବୋଲେରୋରୁ ୬୦ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଜବତ, ୨ ଗିରଫ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରେ ପୋଲିସର ପାଟ୍ରୋଲିଂ ବେଳେ ଏକ ପିକଅପ୍ ମହିନ୍ଦ୍ରା ବୋଲେରୋକୁ ଜବତ କରାଯାଇଛି । ଏହି ବୋଲେରୋରେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରାଚାଲାଣ ବେଳେ ଜବତ କରାଯାଇଛି । ବୋଲେରୋରେ ୬୦ ବସ୍ତା ଚାଉଳ ରହିଥିବା ଜଣାପଡିଛି । ବେଲଗୁଣ୍ଠା ପୋଲିସ ବୋଲେରୋ ଓ ଏଥିରେ ଥିବା ଚାଉଳକୁ ଜବତ କରିବା ସହ ଡ୍ରାଇଭର ବାବାରାମ ସ୍ୱାଇଁକୁ ଗିରଫ କରିଛି । ଏଥି ସହ ଚାଉଳ ବ୍ୟବସାୟୀ ପ୍ରକାଶ ବିଶୋୟୀଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଛି । ଏ ସଂକ୍ରାନ୍ତରେ ଥାନା କେସ୍ ନଂ ୫୯/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
