ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡାଦେଶ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ଼ରେ ସ୍ତ୍ରୀକୁ ଜିଅନ୍ତା ପୋଡ଼ି ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀ କାହ୍ନୁ ପରିଡ଼ାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ମାମଲାର ବିବରଣୀରୁ ପ୍ରକାଶ ଯେ, ଶେରଗଡ଼ ବ୍ଲକ କଣଭାଗ ଗାଁରେ ୨୦୧୭ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମାମଲାର ବିଚାରଣା କରି କୋର୍ଟ ଆଜି ତାଙ୍କ ରାୟରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।
