ସାନ ଭଉଣୀର ସ୍ୱାମୀର ଠେଲା ପେଲାରେ ବଡ ଭଉଣୀର ମୃତ୍ୟୁ
ଜୟପୁର : କୋରାପୁଟ ଜିଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟରେ ସାନ ଭଉଣୀର ସ୍ୱାମୀର ଠେଲାପେଲାରେ ଭଉଣୀର ବଡ ଭଉଣିର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଉଛନ୍ତି ନରଗିସ ନାୟକ (୪୧) । ପୋଲିସ ସୂଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟରେ ଉପେନ୍ଦ୍ର ଭଣ୍ଡାରି ଓ ତାଙ୍କ ସ୍ତ୍ରୀ ସର୍ମିଳା ଭଣ୍ଡାରିଙ୍କ ମଧ୍ୟ ପାଟି ତୁଣ୍ଡ ଚାଲିଥିଲା । ସେହି ସମୟରେ ସର୍ମିଳାଙ୍କ ବଡ ଭଉଣି ନରଗିସ ନାୟକ ଯାଇ ଛଡାଛଡି କରିଥିଲେ । ଉପେନ୍ଦ୍ର ସେଥିରେ ଉତ୍ୟକ୍ତ ହୋଇ ନରଗିସ କୁ ଠେଲି ଦେଇଥିଲେ । ସେଥିରେ ନରଗିସଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇଯାଇଥିଲା । ଫଳରେ ନରଗିସ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଜୟପୁର ସଦର ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ କରି ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ନବିନ ଟପ୍ପୋ ସୂଚନା ଦେଇଛନ୍ତି ।
