ଶ୍ରୀଜୀଉଙ୍କ ପଦ୍ମବେଶ ଦର୍ଶନ କଲେ ଶ୍ରଦ୍ଧାଳୁ
ପୁରୀ : ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ପଦ୍ମବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ବୁଧବାର ରାତିରେ ବଡ଼ସିଂହାର ବେଶରେ ପଦ୍ମଫୁଲରେ ଆପାଦ ମସ୍ତକ ବିଭୂଷିତ ହୋଇଥିଲେ ତିନି ଠାକୁର । ବଡ଼ଛତା ମଠରୁ ଆସିଥିଲା ଏହି ବେଶ ସାମଗ୍ରୀ । ଯେହେତୁ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ ଲାଗି ହୋଇଥିଲା ଓ ପରେ ପରେ ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା, ସେ ଦୃଷ୍ଟିରୁ ରାତିରେ ଭକ୍ତ ମାନେ ଚତୁର୍ଦ୍ଧାମୂର୍ତିଙ୍କ ଏହି ଦୁର୍ଲ୍ଲଭ ପଦ୍ମବେଶ ଦର୍ଶନ କରିପାରନଥିଲେ । ଗତକାଲି ସକାଳେ ମଙ୍ଗଳ ଆଳତି ପରେ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ପଦ୍ମବେଶ ଦର୍ଶନ କରିଛନ୍ତି । ଅବକାଶ ପୂର୍ବରୁ ବେଶ ଓଲାଗି ହୋଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।
