ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ
ପୁରୀ : ଶ୍ରୀପଞ୍ଚମୀରେ ଗତକାଲି ରଥକାଠ ଅନୁକୂଳ ହୋଇଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ଏହି ରଥ କାଠ ଅନୁକୂଳ ହୋଇଛି । ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନ କରାଯାଇ ରଥ କାଠ ଅନୁକୂଳ କରାଯାଇଛି । ପୂଜାର୍ଚ୍ଚନା ପରେ ଟ୍ରକ୍ ରେ ଆସିଥିବା ରଥ କାଠ ଗୁଡିକ ରଥଖଳାରେ ରଖାଯାଇଛି । ଯାହାକୁ ନେଇ ରଥଖଳାରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି ।
