ବୁଲିଲା ବୁଲଡୋଜର, ହଟିଲା ଜବରଦଖଲ।
ବୋରିଗୁମ୍ମା : ବୋରିଗୁମ୍ମା ସହର ମଧ୍ୟରେ ଥିବା ହାଟପଦା ପ୍ରତି ମୁହୂର୍ତ୍ତରେ ଟ୍ରାଫିକ ଜାମ ହେଉଛି।ବହୁ ଲୋକ ସରକାରୀ ଜମି କୁ ଜବରଦଖଲ ରଖିବା ଫଳରେ ଟ୍ରାଫିକ ଜାମ ହେଉଥିବା ଦେଖାଦେଇଛି।ଏଣୁ ତହସିଲ ଓ ପୋଲିସ ପ୍ରଶାସନ ମିଳିତ ଭାବେ ହାଟପଦା ର ମଧ୍ୟରେ ଥିବା ଜବରଦଖଲ ଘର କୁ ବୁଲଡୋଜର ଲଗାଇ ଭାଙ୍ଗିଛନ୍ତି।ଏହି ଜବରଦଖଲ ଘର ଟି ପ୍ରାୟ ବହୁ ବର୍ଷ ଧରି ଜଣେ ଦଖଲ କରିଥିଲେ।ତହସିଲ ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ ପରେ ବି ଜବରଦଖଲ କରିଥିବା ପରିବାର କର୍ଣ୍ଣପାତ କରିଥିଲେ।ବାରମ୍ବାର ନୋଟିସ ପରେ ବି ନଶୁଣିବା ପରେ ବାଧ୍ୟ ହୋଇ ପ୍ରଶାସନ ସେହି ଘର ଉପରେ ବୁଲଡୋଜର ଚଡାଇ ଭାଙ୍ଗି ଦେଇଛନ୍ତି।ଘର ଭାଙ୍ଗିବା ସମୟରେ ଜବରଦଖଲ କରିଥିବା ପରିବାର କିଛି ସମୟ ପାଇଁ ଉତେଜନା କରିଥିଲେ।ତେବେ ତହସିଲ ଓ ପୋଲିସ ପ୍ରଶାସନ ର ନିଷ୍ପତ୍ତି କୁ ସାଧାରଣ ରେ ପ୍ରଶଂସା କରାଯାଇଛି।ଦୀର୍ଘ ୩୦ ବର୍ଷ ରୁ ଉର୍ଦ୍ଧ୍ବ ସେହି ଘର ବେଆଇନ ନିର୍ମାଣ ଯୋଗୁଁ ସବୁବେଳେ ଟ୍ରାଫିକ ଜାମ ହେବା ସହ ବାଇପାସ ରାସ୍ତା ନିର୍ମାଣ ରେ ବାଧକ ସୃଷ୍ଟି ହେଉଥିଲା।ଆଜିର ଚଡାଉ ସମୟରେ ସ୍ଥାନୀୟ ତହସିଲଦାର ସୁବାସ ଚନ୍ଦ୍ର ରଇତ,ଥାନା ଆଇଆଇସି ଖିରେଶ୍ୱର ସାହୁ ଙ୍କ ସହ ତହସିଲ ଏବଂ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
