ଶିଶୁ ସୁରକ୍ଷା କମିଟି ର ତାଲିମ ଶିବିର।
ବୋରିଗୁମ୍ମା : ବୋରିଗୁମ୍ମା ବ୍ଳକ ସଭାଗୃହ ଠାରେ ବ୍ଳକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏବିଡିଓ ମାଧୁରୀ ଆଚାରୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଶିଶୁ ସୁରକ୍ଷା ତାଲିମ ଶିବିର କୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ବ୍ଳକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ତାଲିକା ଶିବିର ର ଆବାହକ ତଥା ସିଡିପିଓ ଶ୍ରୀମତୀ ଗାୟତ୍ରୀ ବାହିନୀପତି ପରିଚାଳନା କରିଥିବା ବେଳେ ଚାଇଲଡ଼ ଲାଇନ ଜିଲ୍ଲା ମୁଖ୍ୟ ରାଜେଶ ନାୟକ ଓ ଗୋପୀନାଥ ପ୍ରଧାନ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ।ଶିଶୁ ଅଧିକାର,ବାଲ୍ୟ ବିବାହ, ଶିଶୁ ସୁରକ୍ଷା,ଶିଶୁ ଶ୍ରମିକ, ଶିଶୁ ଚାଲାଣ ତଥା ଶିଶୁ ସୁରକ୍ଷା କମିଟିର ଦାୟିତ୍ୱବୋଧ ଉପରକୁ ତାଲିମ ପ୍ରଦାନ କରିଥିଲେ।ଏହି ତାଲିମ ଶିବିରରେ ଏବିଇଓ ଶତ୍ରୁଘ୍ନ ଖଣ୍ଡା,ବିଏସଏସଓ ସୁବ୍ରତ ପାଣିଗ୍ରାହୀ, ମେଡ଼ିକାଲ ଅଧିକାରୀ ଡ଼.ଦିଲ୍ଲୀପ କୁମାର ନାଥ ଓ ଆଇସିଡିଏସ ବିଭାଗ ର ସମସ୍ତ ସୁପ୍ରଭାଇଜର ,ସମସ୍ତ ସରପଞ୍ଚ ମାନେ ତାଲିମ ଶିବିର ରେ ଭାଗ ନେଇଥିଲେ।
