୬୪ ଗୋଟି ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ
ଜୟପୁର : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟପୁର ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦଲ୍ ଏମ ଅଖତର, କୋରାପୁଟ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପଲ୍ଲି, ଶ୍ରୀ ଗୌରବ ଶିବାଜୀ ଈଶାଲୱର,ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,କୋରାପୁଟ, ଅଧ୍ୟକ୍ଷ, ପୌର ପାଳିକା ଜୟପୁର, ନରେନ୍ଦ୍ର କୁମାର ମହାନ୍ତି, ବେଦବର ପ୍ରଧାନ, ଉପାଜିଲ୍ଲାପାଳ ଜୟପୁର, ସ୍ୱାସ୍ଥ୍ୟ ଅଧିକାରୀ, ଜଯପୁର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣିରେ ଗୋଷ୍ଟିଗତ ଭାବେ ୮ଟି ଓ ବ୍ୟକ୍ତିଗତ ଭାବେ ୫୬ ଗୋଟି ଏହି ପରି ମୋଟ ୬୪ଟି ଅଭିଯୋଗ ଶୁଣାଣି ହୋଇ ଥିଲା । ଜିଲ୍ଲାର ଯୁବତୀଙ୍କୁ ନେଇ ଅଶ୍ଳୀଳ ଗୀତ ଗାଇଥିବା ବାଲେଶ୍ୱର ର ଯୁବକ କୁ ଗିରଫ କରିବାକୁ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଶତାଧିକ ମହିଳା, ଜମି ବିବାଦ , ପାନୀୟ ଜଳ ସମସ୍ୟା, ସ୍ୱାସ୍ଥ୍ୟଗତ ସମସ୍ୟା, ଜଗନ୍ନାଥ ସାଗରର ଉନ୍ନନତିକରଣ ଚାକିରୀରେ ବଦଳି ସମସ୍ୟା, ଜଳ ନିଷ୍କାସନ ବ୍ୟବସ୍ଥା, ଜୟପୁର ତହସିଲ କାର୍ଯ୍ୟାଳୟ ନିକଟରେ ଷ୍ଟଲ ବସାଇବା ନିମନ୍ତେ, ଅବିବାହିତ ପେନସନ ସୁବିଧା ନିମନ୍ତେ ଓ ଚଳିତ ଦିନରେ ଚାଲିଥିବା କୋରାପୁଟର ନାରୀ ମାନଙ୍କୁ ନେଇ ଚାଲିଥିବା ଅଶ୍ଳୀଳ ଗୀତକୁ ରଦ୍ଦ କରିବା ପାଇଁ ଜୟପୁର ସହରର ନାରୀ ମାନେ ଜିଲ୍ଲାପାଳଙ୍କୁ ଭେଟି ଥିଲେ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଂଜୀକରଣ ନିମନ୍ତେ ଓ ବିଭିନ୍ନ କୋର୍ଟ କେସ ହୋଇ ଥିବା ସମସ୍ୟା ଓ ଆମ୍ବାଗୁଡ଼ାରେ ଥିବା ଗୋଶାଳାରେ କାର୍ଯ୍ୟ କରୁ ଥିବା କର୍ମଚାରୀଙ୍କୁ ପୋଷଣ ଭତ୍ତା ଇତ୍ୟାଦି ବିଷୟରେ ଶୁଣାଣି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଜ କୁମାର ପଟ୍ଟନାୟକ, ଜୟପୁର ତହସିଲଦାର ଜୟପୁର ପ୍ରଧାନ ଟୁଲି ଅମ୍ମା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, , ଜୟପୁର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜୟପୁର, ଞଚଝଙଊଖର କର୍ମକର୍ତା, ବିଦ୍ୟୁତ ବିଭାଗର କର୍ମକର୍ତା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଯୋଶଦା ଗା ଧବା, ଜୟପୁର, ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ, ଜୟପୁର ଓ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
