ଜଙ୍ଗଲରେ ନାଳ ଭିତରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର
କନ୍ଧମାଳ : କୋଟଗଡ ଥାନା ଅଂଚଳରେ ଏକ ନାଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ହରିପୁର ଗାଁ ନିକଟସ୍ଥ ହାତିଲଙ୍ଗା ଜଙ୍ଗଲ ନିକଟ ନାଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖବରପାଇ ଘଟଣାସ୍ଥଳରେ ତୁମୁଡିବନ୍ଧ ପୋଲିସ୍ ପହଁଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ମୃତକଙ୍କ ପରିଚୟ ଜଣାପଡ଼ିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳେ କିଛି ଅଂଚଳବାସୀ ହାତିଲଙ୍ଗା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ନାଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଭାସୁଥିବା ଦେଖି ଭୟଭୀତ ହୋଇ ସେଠାରୁ ପଳାଇ ଆସିଥିଲେ। ଏହାପରେ ଅଂଚଳବାସୀଙ୍କ ଠାରୁ ଖବରପାଇ ତୁମୁଡ଼ିବନ୍ଧ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛ।
