ଖ୍ରୀଷ୍ଟମାସ୍ ପର୍ବର ଅବ୍ୟବହିତ ପୁର୍ବରୁ କୋଟଗଡ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ
କନ୍ଧମାଳ : ଖ୍ରୀଷ୍ଟମାସ୍ ପର୍ବର ଅବ୍ୟବହିତ ପୁର୍ବରୁ କୋଟଗଡ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଆଉ ଦିନକ ପରେ ବଡ଼ଦିନ । ବଡ଼ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେନେଇ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କନ୍ଧମାଳ ଜିଲ୍ଲା କୋଟଗଡ଼ରେ ପୋଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ବଡ଼ଦିନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ ସମସ୍ତ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅଂଚଳର ସବୁ ଚର୍ଚ୍ଚରେ ପୋଲିସ୍ ମୁତୟନ ହେବାସହ ଦିନ ଏବଂ ରାତିରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା କହିଛନ୍ତି ଥାନା ଅଧିକାରୀ । ଏଥିସହିତ ବଡ଼ଦିନ ଓ ଇଂରାଜୀ ନବ ବର୍ଷକୁ ସୁରୁଖୁରୁରେ ପାଳନ କରିବାକୁ ସହରବାସୀଙ୍କୁ ଅନୁରୋଧ କରିଛି ପୋଲିସ୍ ପ୍ରଶାସନ ।
