ମୋଟର ଭେଇକିଲ ନିୟମ ଉଲଙ୍ଘନ ଅପରାଧରେ କନ୍ଧମାଳ ପୋଲିସ ୧୬ ଜଣଙ୍କ ଠାରୁ ଆଦାୟ କଲା ଜୋରିମାନା
କନ୍ଧମାଳ : ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ପୋଲିସ କନ୍ଧମାଳ ଜିଲ୍ଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ସମୁଦାୟ ୫୮୨ ଟି ଗାଡି ଚେକିଂ କରି ୧ ଜଣଙ୍କ ଡିଏଲ କ୍ୟାନ୍ସେଲ୍ କରାଯିବା ସହିତ ୧୬ ଣଙ୍କ ଠାରୁ ୧୨ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ଜିଲ୍ଲାରେ ୨ ଜଣଙ୍କ ନାମରେ ଅବକାରୀ ମାମଲା ରୁଜୁ କରାଯିବା ସହ ୨ ଜଣଙ୍କ ନାମରେ ନୋଟିସ ଜାରି କରାଯାଇଅଛି । ବୋଲି ଏ ସଂପର୍କରେ କନ୍ଧମାଳ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି ।
