ଧାନର ମାନ ପରଖିଲେ ପ୍ରଶାସନ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ଚଳିତ ବର୍ଷ ବିଭିନ୍ନ ସମବାୟ ସମିତିରେ ଚାଷୀମାନଙ୍କଠାରୁ ଧାନ କ୍ରୟ କରାଯାଉଛି । ସରକାରଙ୍କ ନିୟମ ଅନୁସାରେ ଚାଷୀମାନଙ୍କ ଠାରୁ ଏଫ.କ୍ୟୁ. ଧାନ କ୍ରୟ କରାଯିବା କଥା ମାତ୍ର ଚାଷୀମାନଙ୍କ ପାଖରେ ଏଫ.କ୍ୟୁ. ଧାନ ନଥିବାରୁ ମିଲରମାନେ ଧାନ ଉପରେ କୁଇଣ୍ଟାଲ ପିଛା ୭ ପ୍ରତିଶତ କାଟୁଛନ୍ତି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଏହି ଅସନ୍ତୋଷକୁ ଜିଲ୍ଲାପାଳଙ୍କ ନିକଟରେ ପହଞ୍ôଚଛି । ଯାହାଫଳରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଜାନୁଆରୀ ୧୧ ତାରିଖରେ ତିହିଡ଼ି ବ୍ଲକ ଗସ୍ତ କରି ଭାଟପଡ଼ା ସମବାୟ ସମିତି ଓ ନିଶ୍ଚନ୍ତପୁର ସମବାୟ ସମିତିର ଧାନକ୍ରୟ କେନ୍ଦ୍ର ନିକଟରେ ପହଞ୍ôଚ ଅନୁଧ୍ୟାନ କରିଥିଲେ । ସେଠାରେ ଧାନ କଟିଙ୍ଗ୍ ଉପରେ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ଧାନ କଟିଙ୍ଗ୍ ନ କରିବାକୁ ଦାବୀ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ବୋନ୍ଦରଙ୍କ ନିର୍ଦ୍ଦେଶକ୍ରମେ ଜାନୁଆରୀ ୧୩ ତାରିଖରେ ଭଦ୍ରକ ବଜାର ନିୟନ୍ତ୍ରିତ କମିଟି ଓ ଯୋଗାଣ ବିଭାଗ ମିଳିତଭାବେ ଭାଟପଡ଼ା ଓ ନିଶ୍ଚିନ୍ତପୁର ସମବାୟ ସମିତି ଧାନକ୍ରୟ କେନ୍ଦ୍ରରେ ପହଞ୍ôଚ ଚାଷୀମାନଙ୍କର ଧାନର ମାନ ପରଖିଥିଲେ । ଧାନ ପରଖିସାରିବା ପରେ ଧାନ ଏଫ.କ୍ୟୁ. ନଥିବାବେଳେ ଚାଷୀମାନେ ଯେଉଁ ବିକ୍ରି କରିବାକୁ ଆଣୁଛନ୍ତି, ତାହା କୁଇଣ୍ଟାଲ ପିଛା ୧୦ କି.ଗ୍ରା. କଟିବ ବୋଲି ଜଣାପଡ଼ିଥିଲା । ତେବେ ଧାନ ପରଖିବା ଟିମ୍ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଚାଷୀମାନଙ୍କର ଧାନ କେତେ କୁଇଣ୍ଟାଲ ପିଛା କଟିବ, ତାହା ନିର୍ଦ୍ଧାରଣ କରିବେ ବୋଲି ଜଣାପଡ଼ିଛି । ଏହି ଟିମ୍ରେ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ କେଦାରନାଥ ନାୟକ, ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ସଂପାଦକ ସଂଜୟ କୁମାର ଦାସ, ଏରିଆ ଇନିସ୍ପେକ୍ଟର ଅଭିଳାଷ ରଣା, ଧାନ ନିରୂପଣ ଅଧିକାରିଣୀ ହେନା ଫିରଦୋଷ, ଧାନକ୍ରୟ ଇନିସ୍ପେକ୍ଟର ଅନୀତା ସିଂ, ବଜାର ନିୟନ୍ତ୍ରିତ କମିଟିର ଆକାଉଣ୍ଟାଣ୍ଟ୍ ଶିବରାମ ମିଶ୍ର ପ୍ରମୁଖ ଟିମ୍ରେ ସାମିଲ ଥିଲେ । ଏଥିସହିତ ଭାଟପଡ଼ା ସମବାୟ ସମିତିର ସଭାପତି ବିଜୟ କୁମାର ମହାପାତ୍ର, ସଂପାଦକ କୃପାସିନ୍ଧୁ ଦାସ, ଚାଷୀ ସୋମନାଥ ପାଢ଼ୀ, ସରୋଜ ଦାସ, କୈଳାସ ରାଉଳ, ତରଣୀସେନ ଜେନା, ରଘୁନାଥ ପାତ୍ର, ପ୍ରତାପ ଜେନା, ସୀତାକାନ୍ତ ନାୟକ, ସୁକାନ୍ତ ମହାପାତ୍ର, ହରିହର ନାୟକ, ଆଶିଷ କୁମାର ପଣ୍ଡା, ପ୍ରଶାନ୍ତ ତ୍ରିପାଠୀ, ଅଶୋକ ବଳ, ଚିତ୍ତରଂଜନ ଧଳ ସେହିପରି ନିଶ୍ଚନ୍ତପୁର ସମବାୟ ସମିତିର ସଂପାଦିକା ଗୀତାଞ୍ଜଳି ଦାସ, ଅଭୟ କୁମାର ବିଶ୍ୱାଳ, ବିଜୟ କୁମାର ନାୟକ, ବଳରାମ ଦାସ, ଦୁଷ୍ମନ୍ତ ମଳିକ, ପ୍ରଦୀପ ଜେନା, ଧନେଶ୍ୱର ନାୟକ, ପୂର୍ଣ୍ଣଚନ୍ଦ୍ର ମଳିକ, ଉମାକାନ୍ତ ବେହେରା, ରାଜୁନୁ ନାୟକ, ସୁଶାନ୍ତ ନାୟକ, ବୁଦ୍ଧିରାମ କବି ପ୍ରମୁଖଙ୍କ ସହିତ ମିଲରମାନେ ଉପସ୍ଥିତ ଥିଲେ ।
