ବାଲିଆପାଳ ବ୍ଳକର ବିଭିନ୍ନ ସ୍ଥାନରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ
ବାଲିଆପାଳ : ବାଲିଆପାଳ ବ୍ଳକର ବିଭିନ୍ନ ସ୍ଥାନରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ବାଲିଆପାଳ ବ୍ଲକ ପରିସରରେ ପଞ୍ଚାୟତ ସମିତି ଅଧ୍ଯକ୍ଷା ରଞ୍ଜିତା ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ସହିତ ବ୍ଳକର ସମସ୍ତ କର୍ମଚାରୀ ଓ ଲୋକ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ, ତହସିଲ ପରିସରରେ ୭୪ ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଥାନା ପରିସରରେ ଆଇଆଇସି ସୁବ୍ରତ ବେହେରା,ବାଲିଆପାଳ ସୁବର୍ଣ୍ଣରେଖା ହାସିସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଜେନା,ପାରୁଳିଆଛକସ୍ଥିତ ଲାୟନ୍ସ କ୍ଲବ ପରିସରରେ କ୍ଲବର ସଭାପତି ଲାୟନ ଅଜୟ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ବାଲିଆପାଳ ଶାରିରୀକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ ସ୍କୁଲ ପିଲା ଓ ଏନସିସି ପିଲାଙ୍କ ମଧ୍ୟରେ ପ୍ୟାରେଡ଼ ପ୍ରତିଯୋଗୀ ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ଅଦୈତ୍ୟ ପାତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ ଦେ,ଅଧ୍ୟାପକ ସୁଶାନ୍ତ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ସେହିପରି ଜାମକୁଣ୍ଡା ଛକର ବଣିକ ସଂଘ ପକ୍ଷରୁ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପାଳନରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବାଜେଲ ମାଝୀ ଜାତୀୟ ପତାକା ଉତ୍ତୋଳନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।ବାଲିଆପାଳ ଦୁର୍ଗାପୂଜା କମିଟି ପକ୍ଷରୁ ବାଲିଆପାଳ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ସାଧାରଣ ତନ୍ତ୍ର ଦିବସ ପାଳନରେ ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
