ଜାମକୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି।ଶିଶୁମନ୍ଦିର ପରିଚାଳନା କମିଟି ସଭାପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀ ଧର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିକାଶ କମିଟିରେ ସଦସ୍ୟ ଗୋପାଳ ଚନ୍ଦ୍ର ଦାସ,ମୁଖ୍ୟ ଅତିଥି ଭାବରେ କମିଟିର କୋଷାଧ୍ୟକ୍ଷ ଗୁଣାକର ଦେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।ସମ୍ମାନିତ ଅତିଥି ଭାବରେ ପ୍ରମଥନାଥ ଜେନା,ସମିତି ସଭ୍ୟା ଗାୟତ୍ରୀ ଦଲାଇ, ସରପଞ୍ଚଙ୍କ ପ୍ରତିନିଧି ଜଗନ୍ନାଥ ମାହାନା ଯୋଗ ଦେଇ ପିଲାମାନଙ୍କ ବୁଦ୍ଧି ଓ ବିକାଶ ବିଷୟରେ ବହୁ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ।ବାର୍ଷିକ ଉତ୍ସବ ରେ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।ଏହି ଅବସରରେ କୃତି ଛାତ୍ରୀ ଛାତ୍ରଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ବିତରଣ କରାଯାଉଥିଲା। ପରେ ପରେ ଶିଶୁ ମନ୍ଦିରର ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା।ବାର୍ଷିକ ଉତ୍ସବରେ ଅବିଭାବକ ଓ ଦର୍ଶକ ମାନେ ପିଲା ମାନଙ୍କର ନାଚ ଗୀତା ପରିବେଷଣକୁ ହୃଦୟ ସହକାରେ ଉପଭୋଗ କରିଥିଲେ।
