ଖୁଣ୍ଟାରେ ରକ୍ତଦାନ ଶିବିର
ସୋର : ସୋର ବ୍ଲକ ମାଣିପୁର ପଞ୍ଚାୟତ ଗୁଲୁଣିଆ ଖୁଣ୍ଟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ଗ୍ରାମରେ ମା ବୀଣାପାଣି କ୍ଲବ ଆନୁକୁଲ୍ୟରେ ସରସ୍ୱତୀ ପୂଜା ଉପଲକ୍ଷେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମାଣିପୁର ପଞ୍ଚାୟତର ସରପଞ୍ଚ ସରୋଜ ମହାପାତ୍ର ଏବଂ ସମ୍ମାନିତ ଅତିଥିଭାବେ ସମିତିସଭ୍ୟ ଭ୍ରମରବର ନାୟକ, କୈଳାସ ଚନ୍ଦ୍ର ପଣ୍ଡା, ଗଦାଧର ବେହେରା ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଡାକ୍ତର ରାଜାରାମ ପ୍ରଧାନଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ରକ୍ତ ଭଣ୍ଡାରର କର୍ମଚାରୀ ଅଖିଳ ଜେନା, ଜ୍ୟୋସ୍ନାରାଣୀ ସ୍ୱାଇଁ ମୋନାଲିସା ମହାନ୍ତି, ମନରଞ୍ଜନ ଦାସ, ବିଦ୍ୟାଧର ସାହୁ ରକ୍ତଦାତାଙ୍କ ନିକଟରୁ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରୁ ମୋଟ ୭୦ ୟୁନିଟ ସଂଗୃହୀତ ହୋଇଥିଲା ।
