ଆଶ୍ରମ ବିଦ୍ୟାଳୟରେ ଛାତ୍ରର ସନ୍ଦେହ ଜନକ ମୃତ୍ୟୁ
ମାଲକାନଗିରି : ମାଲକାନଗିରି ଜିଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ନନ୍ଦିନୀଗୁଡା ଆଶ୍ରମ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ।ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଅବହେଳା ପାଈଁ ପୁଅର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନୁପସ୍ଥିତ ରହୁଥିବା ବୋଲି ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଅଭିଯୋଗ କରିଛନ୍ତି।
ଗତ ରବିବାର ବିଳମ୍ବିତ ରାତିରେ ଶ୍ରୀଧର ର ଦେହ ଅସୁସ୍ଥ ହେବାରୁ ସାଥି ଛାତ୍ର ମାନେ ପ୍ରଥମେ ଦେଶୀ ମେଡ଼ିସିନ ଦେଇ କିଛି ସମୟ ଅପେକ୍ଷା ପରେ ବି ଦେହ ସୁସ୍ଥ ନହେବାରୁ ବିଦ୍ୟାଳୟ ର ପିଅନ ଓ ଛାତ୍ର ମାନେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଖଇରପୁଟ ମେଡିକାଲ କୁ ଆଣିଥିଲେ।ଖଇରପୁଟ ମେଡ଼ିକାଲ ରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୃତ୍ୟୁ ଖବର ପାଇ ମେଡିକାଲ ରେ ପହଁଚି ଥିବା ବେଳେ।ଚିତ୍ରକୋଣ୍ଡା ଏସଡିପିଓ,ଓର୍କେଲ ପୋଲିସ,ମୁଦୁଲିପଡା ପୋଲିସ ଖଇରପୁଟ ବିଡିଓ ଓ ତହସିଲଦାର ମେଡିକାଲ ରେ ପହଞ୍ଚିଛନ୍ତି।
