ଗୋବିନ୍ଦପାଲି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ୧୪ ଯାତ୍ରୀ ଗୁରୁତର
ମାଥିଲି : ମାଲକାନଗିରି ଜିଲା ଗୋବିନ୍ଦପାଲି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ସବାରି । ଫଳରେ ଗାଡ଼ିରେ ଥିବା ୧୪ ଯାତ୍ରୀ ଗୁରୁତର ଓ କିଛି ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଯେ, ଗାଡିରେ ମୋଟ୍ ୩୦ ଜଣ ରହିଥିଲେ। ସେହିପରି ଗାଡିଟି ଜାନବାଇରୁ ଗୁପ୍ତେଶ୍ବର ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
