ସମର୍ପଣ ଦିବସ
ଵାଲେଶ୍ୱେର : ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ସ୍ବର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସକୁ ସମର୍ପଣ ଦିବସ ଭାବେ ପାଳିତ ହୋଇଯାଇଛି। ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଦୀନଦୟାଲଙ୍କ ଜୀବନୀ ଓ ତାଙ୍କ ଦ୍ଵାରା ପ୍ରଣିତ ପନ୍ଥା ବିଷୟରେ ସ୍ମୃତି ଚାରଣ କରିଥିଲେ। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ପଣ୍ଡିତ ଦୀନଦୟାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସଭାକାର୍ଯ୍ୟରେ ଜିଲ୍ଳା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା,ଜିଲ୍ଲା ସମ୍ପାଦକ ଆଶିଷ ଘୋଷ ,ଜିଲ୍ଲା ସମ୍ପାଦକ ବିଭୂପଦ ଦାସ, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା କୋସାଧକ୍ଷ ଜ୍ଞାନ ରଞ୍ଜନ ଦାଶ, ସୁଶାନ୍ତ କୁମାର ବେରା, ସତ୍ୟ ଶିବ ସୁନ୍ଦର ଦାସ, ନିତ୍ୟ ଗୋପାଲ ସିଂ, ସୁଶ୍ମିତା ପଣ୍ଡା, ଭାରତୀ ପାତ୍ର, କାର୍ତ୍ତିକ ନାଥ, ଉମେଶ ବେହେରା, ସଙ୍ଗମ ଦାସ, ବୈଲୋଚନ ଦାସ, ପ୍ରଶାନ୍ତ କୁମାର ପରିଡା, ପରେଶ ବାବୁ, ଶୈଳେନ୍ଦ୍ର ପ୍ରସାଦ ଦାଶ, ତରୁଲତା ମହାନ୍ତି, ସିପ୍ରାରେଖା ମହାପାତ୍ର, ଜିତେନ୍ଦ୍ର ଷଡଙ୍ଗୀ, ପୱନ ସିଂ, ତ୍ରିଭୁବନ ଦାସ, ହେମନ୍ତ ମାସନ୍ତ,ସୁଶ୍ମିତା ପଣ୍ଡା, ସର୍ବେଶ୍ୱର ପାତ୍ର, ସୁବୋଧ ଚନ୍ଦ୍ର ପଣ୍ଡା, ଜ୍ଞାନ ରଞ୍ଜନ ଦାଶ, ବିଜୟ ନାୟକ, ସଂଜୀବ ପ୍ରଧାନ, ବାବୁଲା,ବେଣୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ
