କାଲାମ ଆବାସିକ ଉଚ୍ଚ ମା୍ମମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ସୋର : ସୋର ପୌରପରିଷଦ ଅନ୍ତର୍ଗତ ଈଶ୍ୱରପୁରସ୍ଥିତ କାଲାମ ଆବାସିକ ଉଚ୍ଚ ମା୍ମମିକ ବିଦ୍ୟାଳୟର ବାର୍ଷକ ଉତ୍ସବ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀମାନ ଶ୍ରୀଚନ୍ଦନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାକ୍ତନ ପ୍ରା୍ମାପକ ଖଗନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଗଭୀର ଆତ୍ମବିଶ୍ୱାସ ହିଁ ସ‘ଳତା ଆଣିଦେଇଥାଏ । କଠିନ ଶ୍ରମ ପଛରେ ଦୃଶ୍ୟ ଏବଂ ଅଦୃଶ୍ୟ ଦୁଇ ପ୍ରକାର ଆଶୀର୍ବାଦ କାର୍ଯ୍ୟକରିଥାଏ । ମୁଖ୍ୟବକ୍ତା ଭାବେ କବି ପ୍ରଶାନ୍ତ କୁମାର ଦାସ ଯୋଗଦେଇ କହିଲେ ଯେ ମଣିଷର ଶ୍ରମ ସାଧନା ଓ ଅନୁଭବକୁ କେହି ନଷ୍ଟ କରିପାରେ ନାହିଁ । ପ୍ରେମ ଜ୍ଞାନ ଏବଂ ସମ୍ବେଦନଶୀଳତା ସୁନ୍ଦର ଚିନ୍ତା ଓ ସୁନ୍ଦର ମଣିଷଟିଏ ସମାଜ ପାଇଁ ଗଢ଼ିତୋଳିଥାଏ । ଆମ ଟିଭିର ସଂପାଦକ ବିପ୍ଳବ କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇ କହିଲେ ଯେ ଛାତ୍ରଛାତ୍ରୀଙ୍କ ସ‘ଳତା କଲେଜକୁ ଉନ୍ନତ କରିଥାଏ । ବାସୁଦେବପୁର ବିଡ଼ିଓ ସତ୍ୟଜିତ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ମେଡିକାଲ ଛାତ୍ର କୁନା ହାଁସଦାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଲେଜ ଅ୍ମକ୍ଷ ସତ୍ୟଜିତ୍ ସାହୁ ବିବରଣୀ ପାଠ କରିଥିବା ବେଳେ କଲେଜ ପ୍ରଶାସନିକ ଅଧିକାରୀ ମଦନମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅ୍ମାପକ ଅ୍ମାପିକା ରାଜେଶ କୁମାର ମିଶ୍ର, ପ୍ରହ୍ଲାଦ ମଲ୍ଲିକ, ସୁଧାକର ମହାନ୍ତି, ସୌମ୍ୟରଂଜନ ବିଶ୍ୱାଳ, ରଶ୍ମିତା ସାହୁ, ବନ୍ଦନା ବିଶ୍ୱାଳ ଏବଂ କର୍ମଚାରୀ ଜିତତେନ୍ଦ୍ର ରାରେଣିଆ, ସସ୍ମିତା ସାହୁ, ପ୍ରମୋଦ ଲାକ୍ରା, ରଜତ ପଣ୍ଡା, ଜଳଧର ବେହେରା, ଭାଗୀରଥି ପଣ୍ଡା, ସୁନୀତା ଜେନା ଏବଂ ହେମନ୍ତ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
