ଜିନ୍ଦଲ ଷ୍ଟିଲ୍ ର ବୈତରଣୀ ନଦୀ ପ୍ରଦୂଷଣ କୁ ବିରୋଧ କଲା ବିଜେପି ନଦୀ ସୁରକ୍ଷା ସମିତି
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ସବ୍ଡ଼ିଭିଜନ ର ବିଲୋଇପଦା ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ କାରଖାନା ର ମଇଳା ପାଣି ମୁର୍ଗାନାଳକୁ ଛାଡୁଥିବା ରୁ ବୈତରଣୀ ନଦୀ ପ୍ରଦୂଷଣ ହେଉଛି ଏଣୁ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ସହିତ ଏହାର ପ୍ରତିକାର ଦାବୀ ନେଇ ଦାବୀପତ୍ର ପ୍ରଦାନ କରିଛନ୍ତି । ତତସହିତ ଏହି ବିଷୟରେ ଆଂଚଳିକ ଅଧିକାରୀ କେନ୍ଦୁଝର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରିଥିଲେ । ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ କାରଖାନା ର ମଇଳା ପାଣି ନଦୀ କୁ ଛାଡ଼ିବା ଦ୍ୱାରା ଲୋକମାନେ ନାନାଦି ସଂକ୍ରାମକ ରୋଗ ରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବାର ସାଧାରଣ ରେ ଅଭିଯୋଗ ହେଉଛି ବୋଲି ଶ୍ରୀଯୁକ୍ତ ସାହୁ ଅଭିଯୋଗ କରିଛନ୍ତି । ନୋସନାଲ ଗ୍ରୀନ୍ ଟ୍ରିବୁନାଲ ଗାଇଡ୍ ଲାଇନ୍ ଅନୁଯାୟୀ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇ ମଇଳା ପାଣି କୁ ସଫା କରି ସେହି ପାଣିକୁ ପୁନର୍ବାର ବ୍ୟାବହାର କରିବା କଥା କିନ୍ତୁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ କାରଖାନା ମଇଳା ଓ କେମିକାଲ ପାଣି କୁ ସୀଧା ମୁର୍ଗାନାଳକୁ ଛାଡୁଥିବା ରୁ ବୈତରଣୀ ନଦୀ ର ପାଣି ସମ୍ପୂର୍ଣ୍ଣ ଭାବେ ବିଷାକ୍ତ ହେଇ ଲୋକମାନେ ନାନାଦି ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ କାରଖାନା ର ଚିମିନି ର ଧୂଆଁ ଧୂଳି ରେ ବିଲୋଇପଦା ଅଂଚଳର ୫ କି.ମି ବ୍ୟାପୀ ପରିବେଷ ଦୂଷିତ ହେଇ ଲୋକମାନେ ଯଖମା ଓ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯଥାଶିଘ୍ର ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ କାରଖାନା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ପ୍ରତିନିଧି ଦଳ ଦାବୀ କରିଛି । ନହେଲେ ଆଗାମୀ ଦିନରେ ବିଜେପି ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତତସହିତ ନୋସନାଲ ଗ୍ରୀନ୍ ଟ୍ରିବୁନାଲ ରେ ଏବାବଦରେ କେସ୍ କରାଯିବ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ଜିଲ୍ଲା ସଂଯୋଜକ ଶ୍ରୀ ସୁବ୍ରତ କୁମାର ମହାନ୍ତି, ବିଜେପି ଜିଲ୍ଳା ଉପସଭାପତି ଶ୍ରୀ ଦେବୀପ୍ରସାଦ ମିଶ୍ର, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟା ଶ୍ରୀମତୀ କିରଣବାଲା ନାଏକ, ବିଜେପି ଓବିସି ମୋର୍ଚ୍ଚା ରାଜ୍ଯ ସଂଯୋଜକ ଶ୍ରୀମତୀ ସାବିତ୍ରୀ ବିଶ୍ୱାଲ, ଅଖିଳ ଚନ୍ଦ୍ର ନାୟକ, କମଳାକାନ୍ତ ଦାସ, ହରେକୃଷ୍ଣ ପାତ୍ର, ରାଜେନ୍ଦ୍ର କୁମାର ସାହୁ, ସୂର୍ଯ୍ୟ ପ୍ରକାଶ ସାହୁ, ନାଗେଶ୍ୱର ମହାରଣା, ଧର୍ମନ୍ଦ୍ରେ ମହାନ୍ତ, ପାୟଲ ଦେବଗନ ଟିଭି, ପ୍ରକାଶ କୁମାର ମଲ୍ଲିକ, ସଂଜୟ କୁମାର ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।
