୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁକୁ ନେଇ ତନାଘନା କରି ଫେରିଲେ ପ୍ରତିନିଧି ଦଳ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟ ବା ଏସଏନସିୟୁରେ ୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁକୁ ଗୁରୁତର ସହ ଗ୍ରହଣ କରିଛି ସ୍ୱାସ୍ଥ୍ୟ ବିଭାଗ । ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍ୱାସ୍ଥ୍ୟ ବିଭାଗର ୨ଜଣିଆ ଟିମ୍ ଏସଏନସିୟୁରେ ପହଞ୍ଚୀ ତଦନ୍ତ କରିଛନ୍ତି । ଟିମରେ ଅଛନ୍ତି ରାଜ୍ୟ ଶିଶୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ରଶ୍ମିରଂଜନ ଶତପଥୀ ଓ ହିଁକି ହେଲା? କେଉଁ ପରିସ୍ଥିତିରେ ଶିଶୁଙ୍କ ମୃତ୍ୟୁ ହେଲା? ମୃତ୍ୟୁ ପଛର କାରଣ କଣ? ବିଭାଗୀୟ ଡାକ୍ତର ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ବରିଷ୍ଠ ଚିକିତ୍ସକଙ୍କ ସହ ଆଲୋଚନା କରି ଏସବୁ ପ୍ରଶ୍ନର ଉତର ଖୋଜିଛନ୍ତି ତଦନ୍ତକାରୀ ଟିମ୍ । ସେପଟେ କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଏସଏନସିୟୁରେ ୬ ନବଜାତକ ଆଖି ବୁଜିଥିବା ଅଭିଯୋଗ ହୋଇଛି । ଆଉ ଏଥିପାଇଁ ଚିକିତ୍ସା ଅବହେଳାକୁ ଦାୟୀ କରିଛନ୍ତି ମୃତ ଶିଶୁଙ୍କ ପରିବାର । ଅନ୍ୟପଟେ ସିଡିଏମଓ ଶିଶୁ ମୃତ୍ୟୁ ଘଟଣାକୁ ସ୍ୱୀକାର କରିଥିଲେ ମଧ୍ୟ ଚିକିତ୍ସା ଅବହେଳାକୁ ମାନି ନାହାନ୍ତି । ୨୪ ଘଣ୍ଟାରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଥିବା ନେଇ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବଙ୍କୁ ରିପୋର୍ଟ ଦେଇଥିବା ସେ କହିଛନ୍ତି ।
