ରାକେଶ ଅସ୍ଥାନାଙ୍କୁ ଦିଲ୍ଲୀ ସିପି ପଦରେ ନିଯୁକ୍ତ କରିବା ମାମଲାରେ ସୁପ୍ରିମକୋର୍ଟରେ ଆସନ୍ତା ସପ୍ତାହରେ ଶୁଣାଣୀ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଇପିଏସ୍ ଅଧିକାରୀ ରାକେଶ ଅସ୍ଥାନା ଦିଲ୍ଲୀ ପୋଲିସ୍ କମିଶନର ପଦରେ ନିଯୁକ୍ତିକୁ ଚ୍ୟାଲେଂଜ କରି କରା ଯାଇଥିବା ଆବେଦନ ଉପରେ ଆସନ୍ତା ସପ୍ତାହରେ ଶୁଣାଣୀ ହେବ । ଜଷ୍ଟିସ୍ ଡି ବାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ବେଂଚ ଏହି ଆଦେଶ ଦେଇଛନ୍ତି ।
ଆଜି ଆବେଦନ ଉପରେ ଶୁଣାଣୀ ସମୟରେ ସେଂଟର ଫର ପବ୍ଲିକ ଇଂଟ୍ରେଷ୍ଟ ଲିଟିଗେସନ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟକୁ କହିଛନ୍ତି ଯେ ସେ ତିନିଦିନ ଭିତରେ ଆବେଦନ ଦାଖିଲ କରିବେ । ତେବେ କୋର୍ଟ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆପଣଙ୍କ ଆବେଦନ ଉପରେ ଶୁଣାଣୀ କରାଯିବ ।
