ବିଧାୟକ ବୈସଙ୍କ ବିରୁଦ୍ଧରେ ବଳାତ୍କାର ମାମଲାରେ ଜାମିନ ବିହୀନ ୱାରେଂଟ
ଲୁଧିଆନା : ଲୋକ ଇଂସାଫ ପାର୍ଟିର ଅଧ୍ୟକ୍ଷ ଓ ବିଧାୟକ ସିମରଜୀତ ବୈସଙ୍କ ବିରୋଧରେ ଲୁଧିଆନାର ଟ୍ରାୟଲ କୋର୍ଟ ଜାମିନ ବିହୀନ ୱାରେଂଟ ଜାରି କରିଛି । ବିଧାୟକଙ୍କ ବିରୁଦ୍ଧରେ ବଳାତ୍କାର ମାମଲା ରୁଜୁ ହୋଇଛି ଏବଂ ବିଧାୟକ ସେତେବେଳ ଠାରୁ ଗାୟବ ଅଛନ୍ତି ।
ସିମରଜୀତ ବୈସଙ୍କ ବିରୋଧରେ ୧୦ ଜୁଲାଇ ୨୦୨୧ ଦିନ ଏଫ୍ଆଇଆର୍ ରୁଜୁ କରାଯାଇଥିଲା । ଏବେ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ହୋଇପାରିନାହିଁ । ଲୁଧିଆନାର ଅଦାଲତରେ ପୀଡ଼ିତା ଆବେଦନ ଦାଖିଲ କରିଥିଲେ ଯେ ବିଧାୟକଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି, ଯାହାପରେ ଆବେଦନ ଉପରେ ଶୁଣାଣୀ କରି ଅଦାଲତ ପୋଲିସ୍ଙ୍କୁ ଏଫ୍ଆଇଆର୍ ରୁଜୁ କରିବା ପାଇଁ ଆଦେଶ ଦେଇଛନ୍ତି । ଏହି ମାମଲାରେ ବିଧାୟକଙ୍କ ସହ ଅନ୍ୟ ୬ଜଣଙ୍କ ନାମ ମଧ୍ୟ ଦର୍ଜ କରାଯାଇଥିଲା ।
