ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତା ରେ ମୟୁରଭଞ୍ଜର ଆଦିବାସୀ ଯୁବକଙ୍କ କୃତୀତ୍ୱ
ବାରିପଦା : ମିଷ୍ଟର, ମିସ୍ ଏବଂ ମିଷ୍ଟର ଇଣ୍ଡିଆ ଇଣ୍ଟର ନେସନାଲ ୨୦୨୨ – ୨୩ ସିଜନ ୪ ର ଗ୍ରାଣ୍ଡ ଫାଇନାଲ କାର୍ଯ୍ୟକ୍ରମ କଲିକତା ଠାରେ ଅନୁଷ୍ଠିତ ହୋଇଥିବା ବେଳେ, ବାରିପଦା ପ୍ରଫୁଲ୍ଲ ନଗରର ବାସିନ୍ଦା କପିଳେନ୍ଦ୍ର ସିଂଙ୍କ ପୁତ୍ର ମନୋରଂଜନ ସିଂ ଭାଗ ନେଇ କୃତିତ୍ୱ ହାସଲ କରିଛନ୍ତି । ପୂର୍ବରୁ ନିଜ ମାତୃଭାଷା ଆଦିବାସୀ ମୁଣ୍ଡା ଭାଷାର ବହୁ ମ୍ୟୁଜିକ ଆଲବମରେ ମୁଖ୍ୟ କଳାକାର ଭାବେ କାର୍ଯ୍ୟ କରିଛନ୍ତି । ସେ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ସମୟରେ ସାଂସ୍କୃତିକ କ୍ଷେତ୍ରରେ ଅନେକ ବାର ପୁରସ୍କୃତ ହୋଇଥିବାବେଳେ ଜାତୀୟ ସ୍ତରରେ ମୟୁରଭଂଜର କଳାକୁ ପ୍ରତିନିଧିତ୍ୱ କରିଥିଲେ । ଏହି ଅନ୍ତର୍ଜାତୀୟ ସ୍ତରୀୟ ଆଦିବାସୀ ଫେସନ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ସାରା ଖାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଅବଦୁଲ୍ଲା ଗ୍ରୁପର ଅଧ୍ୟକ୍ଷ ଡ. ବୁ. ଅବଦୁଲ୍ଲା, ବଲିଉଡ କଣ୍ଠ ଶିଳ୍ପି ଦଲିୟା ମିତ୍ର, ମେକଅପ ଆର୍ଟିଷ୍ଟ ନେତୀ ଗୁଲାଟି ପ୍ରମୁଖ ଯୋଗ ଦେଇ କୃତୀ ମୋଡେଲ୍ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ତେବେ ବାରିପଦାର ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଯୁବକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଉପ ବିଜେତା ହୋଇ ଥିବାରୁ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
