ମୟୂରଭଞ୍ଜର କାଇ-ପିମ୍ପୁଡ଼ିକୁ ମିଳିବ ଜିଆଇ ଟ୍ୟାଗ
ଡିସେମ୍ବର ୬ରେ ଭୁବନେଶ୍ୱରରେ ଚୂଡ଼ାନ୍ତ ପ୍ରକ୍ରିୟା
ମୟୂରଭଞ୍ଜରୁ ୫ ଜଣ କାଇ ପିମ୍ପୁଡି ଗବେଷକ ଯୋଗ ଦେବେ
ବାରିପଦା : ମୟୂରଭଞ୍ଜ ଏକ ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଜିଲା । ଏଠାରେ ଏସିଆ ମହାଦେଶର ୨ୟ ବୃହତମ ଜୈବ ମଣ୍ଡଳ ଶିମିଳି ପାଳ ରହିଥିବା ବେଳେ, ଏଠାକାର ତରୁ ତୃଣ ଗୁଳ୍ମ କୀଟ ରେ ବହୁ ଔଷଧୀୟ ଗୁଣ ରହିଥିବାର ବିଭିନ୍ନ ସମୟରେ ଗବେଷକ ମାନେ ମତ ଦେଇଛନ୍ତି । ତେବେ ମୟୂରଭଂଜର କାଇ ପିମ୍ପୁଡ଼ିକୁ ଜିଆଇ ଟ୍ୟାଗ ମିଳିବା ନେଇା ଆଶା ଉଜ୍ୱଳ ହୋଇଛି ।
ଆସନ୍ତା ଡିସେମ୍ବର ୬ ତାରିଖରେ ଭୁବନେଶ୍ୱରରେ ଚୂଡ଼ାନ୍ତ ପ୍ରକ୍ରିୟା ଅନୁଷ୍ଠିତ ହେବ ଏବଂ ମୟୂରଭଞ୍ଜର ୫ ଜଣ କାଇ ପିମ୍ପୁଡି ଗବେଷକ ଯୋଗ ଦେବା ନେଇ ସୂଚନା ମିଳିଛି । କାଇ ପିମ୍ପୁଡ଼ି ମୁଖ୍ୟତଃ ଜଙ୍ଗଲରେ ବଡ଼ବଡ଼ ଶାଳ, କୁସୁମ, ମହୁଲ, ଜାମୁ, ଆମ୍ବ ଆଦି ମିଠା ଓ ଫଳନ୍ତି ଗଛରେ ବସା ବାନ୍ଧି ରହିଥାଆନ୍ତି । ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବହୁ ଅଦିମ ଅଧିବାସୀ ମାନେ ଶହଶହ ବର୍ଷ ତଳୁ ଆଜି ଯାଏଁ କାଇ ପିମ୍ପୁଡ଼ିକୁ ଚଟଣୀ କରି ଖାଇବା ସହ ଥଣ୍ଡା ନିମୋନିଆ ଆଦି କଫ ଏବଂ ରୋଗ ପ୍ରତିରୋଧକ ଔଷଧ ଭାବେ ବ୍ୟବହାର କରିଆସୁଛନ୍ତି । ଏପରିକି କରୋନା ସଂକ୍ରମଣ ସମୟରେ କାଇ ଚଟଣି କରୋନା ସଂକ୍ରମଣରୁ ସୁରକ୍ଷା ଦେଉଥିବାର ଶୁଣାଯାଉଥିବା ବେଳେ, ଏହାକୁ ନେଇ ଗବେଷଣା ଜାରୀ ରହିଥିଲା ।
