ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସରେ ଶପଥ
ବାରିପଦା : ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ଙ୍କ ସଭାପତିତ୍ୱରେ ସଂମ୍ବିଧାନ ପ୍ରଣେତା ବାବା ସାହେବ୍ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତୀ ସ୍ଥଳରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଏହି ଅବସର ରେ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯିବା ସହ କଂଗ୍ରେସ ନେତୃବୃନ୍ଦ, କର୍ମକର୍ତା ମାନେ ଆଇନଜୀବୀ ଓ ସାମାଜିକ କର୍ମକର୍ତା ମାନେ ସଂମ୍ବିଧାନର ସୁରକ୍ଷା ପାଇଁ ଶପଥଗ୍ରହଣ କରିଥିଲେ । ଆଜିର ଏହି ଶପଥଗ୍ରହଣ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ବିଜନ ଦାସ, ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ, ଉପସଭାପତି ଅରବିନ୍ଦ ଦାସ, ନଗର ସଭାପତି ତଥା ଶାନ୍ତନୁ ପାଲ, ଛାତ୍ର ନେତା ମୋତି ପ୍ରକାଶ ଦାସ, ଯୁବ ନେତା ଶିବାନନ୍ଦ ଜ୍ଞାନେନ୍ଦ୍ର ଦାସ, ସମାଜସେବକ ବିକାଶ ମହାଭୋଇ ଓ ସ୍ୱାଗନ ଦାସ, ପୂର୍ବତନ ଉପନଗରପାଳ ପ୍ରଦୀପ ମିଶ୍ର, ନାରୀ ନେତ୍ରୀ ରଶ୍ମିତା ମିଶ୍ର, ସାମାଜିକ କର୍ମୀ ଭବାନୀ ଶଙ୍କର ସାହୁ, ନିର୍ମଳ ପ୍ରଧାନ, ହରି ଶଙ୍କର ଦାସ, ସଂଖ୍ୟାଲଘୁ ସମ୍ପ୍ରଦାୟର ଶେଖ କଲିମ ପ୍ରମୁଖ ଯୋଗ ଦେଇଥିଲେ ।
