ଶିକ୍ଷକଙ୍କ ବଦଳି ବିରୋଧରେ ଛାତ୍ରୀଛାତ୍ରଙ୍କ ଧାରଣା
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସବଙ୍ଗ ପଞ୍ଚାୟତ ଅଧୀନ କ୍ଷେତ୍ରବାସୀ ପଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗଣିତ ଶିକ୍ଷକ ସୌମ୍ୟରଞ୍ଜନ ଦଳାଇଙ୍କ ବଦଳିକୁ ବିରୋଧ କରିଛି ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧରଣା ଦେଇଥିଲେ । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଛାତ୍ରୀଛାତ୍ର ମାନେ ଗେଟରେ ତାଲା ପକାଇବା ଦେଇଥିଲେ । ପରେ ସିଆରସିସି କରୁଣାକର ସାମଲ ପହଞ୍ôଚ ବୁଝାସୁଝା କରି ଉଠାଇ ଦେବା ପରେ ଛାତ୍ରୀଛାତ୍ରମାନେ ପୁଣି ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାରଣ୍ଡାରେ ଧାରଣାରେ ବସିଥିଲେ । ଛାତ୍ରୀଛାତ୍ରମାନେ ଏହି ଶିକ୍ଷକଙ୍କ ବ୍ୟତିତ ଅନ୍ୟ କୌଣସି ଶିକ୍ଷକଙ୍କ ନିକଟରେ ପଢ଼ିବେ ନାହିଁ ବୋଲି ଜିଦ୍ କରିଥିଲେ । ଅପରାହ୍ନରେ ଏବିଇଓ ଗଦାଧର ଦାସ ପହଞ୍ôଚ ଉପରିସ୍ଥ ଅଧିକାରୀଙ୍କ ସହିତ କଥା ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ବିଦ୍ୟାଳୟରେ ୩ଜଣ ବିଜ୍ଞାନ ଶିକ୍ଷକ ଥିବାରୁ ଶିକ୍ଷକ ସୌମ୍ୟରଞ୍ଜନଙ୍କୁ ପଡ଼ୋଶୀ ଆନନ୍ଦପୁର ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିବାର କହିଥିଲେ ।
ସୂଚନା ଯେ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୧୦ଜଣ ଛାତ୍ରୀଛାତ୍ର ପଡୁଥିବା ବେଳେ ଶିକ୍ଷକ ସୌମ୍ୟରଞ୍ଜନ ଏହି ବିଦ୍ୟାଳୟରେ ଗତ ୪ ବର୍ଷ ହେଲା ଶିକ୍ଷାଦାନ କରୁଛନ୍ତି ।
