ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ତାଲା; ରାଜରାସ୍ତାରେ ବୈଠକ କଲେ ମିଶନ ଶକ୍ତିର ମହିଳା
ଔପଦା : ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ତାଲା ପଡ଼ିଥିବାରୁ ପଞ୍ଚାୟତ ମିଶନଶକ୍ତିର ମହିଳା ମାନେ ଶେଷରେ ଫାଟକ ବାହାରେ ବସି ବୈଠକ କରିଛନ୍ତି । ମିଶନ ଶକ୍ତି ପକ୍ଷରୁ ମାସିକିଆ ବୈଠକ ଶୁକ୍ରବାର ଡକାଯାଇଥିବା ବେଳେ ମିଶନ ଶକ୍ତି ଗୃହଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରହିଥିବାବେଳେ କର୍ମକର୍ତ୍ତାଙ୍କ ପକ୍ଷରୁ ବୈଠକ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ତରରେ ଜଣାଇଥିବା ଜଣାଯାଇଛି । ଶୁକ୍ରବାର ଅପରାହ୍ନ ୨ ଟାରେ ମିଶନ ଶକ୍ତିର ମହିଳା ମାନେ ବୈଠକ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିବା ବେଳେ ଫାଟକରେ ତାଲା ପଡ଼ିଥିବାରୁ ଫାଟକ ବାହାରେ ବସି ବୈଠକ କରିଥିଲେ ।
ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ମିଶନ ଶକ୍ତି କର୍ମକର୍ତ୍ତାଙ୍କ ପକ୍ଷରୁ ବୈଠକ ବିଷୟରେ ଗତ ୧୦ ତାରିଖରେ ମତେ କୁହାଯାଇଥିଲା । କିନ୍ତୁ ମୋ ଦାୟିତ୍ୱରେ ୨ଟି ପଞ୍ଚାୟତ ଥିବାରୁ ଏବଂ ମୋ ମୋବାଇଲରେ ତ୍ରୁଟି ପାଇଁ ପଞ୍ଚାୟତରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କହିଲେ ସେ ତାଲା ଖୋଲିଦେବେ ବୋଲି କର୍ମକର୍ତ୍ତାଙ୍କୁ କହିଥିଲେ । ମିଶନ ଶକ୍ତିର ବ୍ଲକ ସଂଯୋଜକ ରତିକାନ୍ତ ଜେନାଙ୍କ ମତାମତ ନେବାରୁ ଅଘିରାପଦା ପଞ୍ଚାୟତ ମିଶନ ଶକ୍ତିର ବୈଠକ ଥିଲା । ଶୁକ୍ରବାର ବୈଠକ ସମ୍ପର୍କରେ ପଞ୍ଚାୟତର ପିଇଓଙ୍କ ସହିତ ଅନ୍ୟ ମାନଙ୍କୁ କୁହାଯାଇଥିଲା । ଗେଟରେ ତାଲା ପଡ଼ିଥିବାରୁ ପଞ୍ଚାୟତ ବାହାରେ ମହିଳାମାନେ ବସି ବୈଠକ କରିଛନ୍ତି ବୋଲି କହିଛନ୍ତି ।
