ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
କଟକ : ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ରୀୟ ସଂଗଠନ ସଂପାଦକ ଯଶୱନ୍ତ ସିଂହ ଅତିଥି ଭାବେ ଯୋଗଦେଇ ହିନ୍ଦୁ ମହାସଭା ଭାରତବର୍ଷକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନ ନେଇ କାର୍ଯ୍ୟ କରୁଛି । କେବଳ ରାଜନୈତିକ କ୍ଷମତା ହାସଲ କରିବା ନୁହେଁ ବୀର ସାବରକରଙ୍କ ଅଧୁରା କାର୍ଯ୍ୟକୁ ପୂର୍ଣ୍ଣ କରିବାର ସଂକଳ୍ପ ନେଇ କାର୍ଯ୍ୟ କରିବା ଉଚିତ ବୋଲି ସେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ଏବଂ ରଣନୀତି ସଂପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟ ସଭାପତି ଗୀତା ଚୟନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ପ୍ରେମଲତା ଆଚାର୍ଯ୍ୟ, ପ୍ରମୋଦ ମିଶ୍ର, ଧିରେନ ନାୟକ, ଅରୁନ୍ଧତୀ ମିଶ୍ର, ଶରତ ମହାପାତ୍ର, ଉମାଶଙ୍କର ମିଶ୍ର, ମାନସ ଚୈତନ୍ୟ ମହାରାଜଙ୍କ ସମେତ ଅନ୍ୟାନ୍ୟ ପ୍ରାନ୍ତସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।
