ଏସଏସସି କନଷ୍ଟେବଳ ଜିଡି ନିଯୁକ୍ତି-୨୦୨୨ ! ୨୪୦୦୦ ରୁ ଅଧିକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ
ନୂଆଦିଲ୍ଲୀ : କର୍ମଚାରୀ ଚୟନ ଆୟୋଗ ଏସଏସସି କନଷ୍ଟେବଳ ଜିଡି ନିଯୁକ୍ତି ୨୦୨୨ ର ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ମାଧ୍ୟମରେ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ (ସିଏପିଏଫ), ଏସ୍ଏସ୍ଏଫ୍, ଆସାମ ରାଇଫଲରେ ରାଇଫ୍ଲେମ୍ୟାନ ଜିଡି ଓ ନରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ କନଷ୍ଟେବଳ ଜିଡି ପଦବୀ ପାଇଁ ଭର୍ତ୍ତି କରାଯିବ । ଏସଏସସି କନଷ୍ଟେବଳ ଜିଡି ନିଯୁକ୍ତି ୨୦୨୨ ପାଇଁ ଅନଲାଇନ୍ ଆବେଦନ ୨୭ ଅକ୍ଟୋବରରୁ ଆରମ୍ଭ ହୋଇଛି । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୩୦ ତାରିଖ ରହିଛି ।
ଏସଏସସି ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ମୋଟ ୨୪ ହଜାର ୩୬୯ ଟି ପଦବୀରେ ନିଯୁକ୍ତି ମିଳିବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ । ଆବେଦନ କରିବା ପୂର୍ବରୁ, ଏସଏସସି ୱେବସାଇଟ୍ କୁ ଯାଆନ୍ତୁ ଓ ନିଯୁକ୍ତି ବିଜ୍ଞପ୍ତିକୁ ଭଲଭାବେ ପଢି ରଖନ୍ତୁ ।
ଗୁରୁତ୍ୱପୂର୍ଣ୍ଣ ତାରିଖ :
ଅନଲାଇନ୍ ଆବେଦନ ଆରମ୍ଭ – ୨୭ ଅକ୍ଟୋବର ୨୦୨୨
ଆବେଦନ କରିବାର ଶେଷ ତାରିଖ – ୩୦ ନଭେମ୍ବର ୨୦୨୨
ଅଫଲାଇନ୍ ଚାଲାଣ କରିବାର ଶେଷ ତାରିଖ – ୩୦ ନଭେମ୍ବର ୨୦୨୨
ଅନଲାଇନ୍ ଫି ଦେୟ ପାଇଁ ଶେଷ ତାରିଖ – ୧ ଡିସେମ୍ବର ୨୦୨୨
ଚାଲାଣ ମାଧ୍ୟମରେ ପେମେଣ୍ଟ କରିବା ପାଇଁ ଶେଷ ତାରିଖ – ୧ ଡିସେମ୍ବର ୨୦୨୨
କମ୍ପ୍ୟୁଟର ଆଧାରିତ ପରୀକ୍ଷା – ଜାନୁଆରୀ ୨୦୨୩
ଦରମା :
ଏନସିବିରେ କନଷ୍ଟେବଳ ପଦବୀ ପାଇଁ ଦରମା ବେତନ ଲେବେଲ -୧ ହେଉଛି ଏନସିବି (୧୮୦୦୦-୫୬୯୦୦) ଓ ଅନ୍ୟାନ୍ୟ ପଦବୀ ପାଇଁ ପେ ଲେଭଲ୍ -୩ (୨୧,୭୦୦୦-୬୯,୧୦୦) ରହିଛି ।
ବୟସ ସୀମା :
ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଓ ସର୍ବାଧିକ ୨୩ ବର୍ଷ ହେବା ଉଚିତ୍ । ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଉଚ୍ଚ ବୟସ ସୀମା ମଧ୍ୟରେ ଆରାମ ପ୍ରଦାନ କରାଯିବ ।
ଚୟନ ପ୍ରକ୍ରିୟା :
ସର୍ବପ୍ରଥମେ ଲିଖିତ ପରୀକ୍ଷା (କମ୍ପ୍ୟୁଟର ଆଧାରିତ) ହେବ । ଏହାପରେ ଶାରୀରିକ ଦକ୍ଷତା ପରୀକ୍ଷା (ପିଇଟି) ଓ ଶାରୀରିକ ମାପ ପରୀକ୍ଷା (ପିଏସଟି) ପାଇଁ ସଫଳ ପ୍ରାର୍ଥୀଙ୍କୁ ଡକାଯିବ । ସିଏପିଏଫ ଦ୍ୱାରା ପିଇଟି ପରିଚାଳିତ ହେବ ।
ଆବେଦନ ଶୁଳ୍କ :
ସଂରକ୍ଷିତ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ପରୀକ୍ଷା ଫି ବାବଦରେ ଦେବାକୁ ପଡିବ । ମହିଳା ପ୍ରାର୍ଥୀ ଏବଂ ଏସସି / ଏସଟି ପ୍ରାର୍ଥୀମାନେ ଏହି ଦେୟରୁ ବଞ୍ଚିତ ହୋଇଛନ୍ତି । ଏସବିଆଇ ଚାଲାଣ/ ଏସବିଆଇ ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ମାଷ୍ଟରକାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ ଜମା କରାଯାଇହେବ ।
