୨୦୨୩ ଇଦ୍ରେ ମୁକ୍ତିଲାଭ କରିବ ଫିଲ୍ମ ‘କିସି କା ଭାଇ କିସି କି ଜାନ’, ନଜର ଆସିବେ ସାଉଥର ଏହି ସୁପରଷ୍ଟାର
ମୁମ୍ବାଇ : ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ଅନେକ ତାରକାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଶେହେନାଜ ଗିଲ ଏବଂ ପଲକ ତିୱାରୀଙ୍କୁ ମଧ୍ୟ ନଜର ଆସିବେ । ଉଭୟଙ୍କ ପାଇଁ ଏହି ଫିଲ୍ମ ବଲିଉଡ୍ ଡେବ୍ୟୁ ବୋଲି କୁହାଯାଇପାରିବ । ଏବେ ଖବର ଆସୁଛି ଯେ ଫିଲ୍ମରେ ସାଉଥ ସୁପରଷ୍ଟାର ରାମ ଚରଣଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ଏକ ଗୀତରେ ସଲମାନଙ୍କ ସହ ସେ ଡ୍ୟାନ୍ସ କରୁଥିବା ନଜର ଆସିବେ।
ମିଡିଆ ରିପୋର୍ଟ ଅନୁଯାୟୀ, ରାମଚରଣ ଏକ ବିଶେଷ ଗୀତରେ ସଲମାନ ଖାନଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିବେ। ଏହି ଗୀତ ଏକ ଆଇଟମ୍ ସଙ୍ଗ୍ ନୁହେଁ । ରାମ ଚରନ୍ ଜଣେ ଭଲ ଡ୍ୟାନ୍ସର । ଏବଂ ଏହି କାରଣରୁ ତାଙ୍କୁ ଫିଲ୍ମରେ ସଲମାନଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ। ନିକଟରେ ରାମଚରଣ ତାଙ୍କ ଅଭିନୀତ ଫିଲ୍ମ ‘ଆରଆରଆର’ ଫିଲ୍ମରୁ ନାଟୁ ନାଟୁ ଗୀତରେ ଦମଦାର ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ।
ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଏହି ଗୀତ ସୋସିଆଲ ମିଡିଆରେ ନିଆଁ ଲଗାଇବାକୁ ଯାଉଛି । କାହିଁକିନା ଏଥିରେ ରାମ ଚରଣ ଏବଂ ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ମିଳିବ । ଏଠାରେ ଆମେ ଆପଣଙ୍କୁ କହିବାକୁ ଚାହୁଁ ଯେ, ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଗଡ ଫାଦର’ରେ ସଲମାନ ଖାନଙ୍କ ଏକ ବିଶେଷ ଗୀତ ରାମ ଚରଣଙ୍କ ପିତା ଚିରଞ୍ଜୀବୀଙ୍କ ସହ ଦେଖିବାକୁ ମିଳିଥିଲା।
ସଲମାନ ଖାନ ଏହି ଚଳଚ୍ଚିତ୍ର ଆସନ୍ତାବର୍ଷ ଇଦରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ ପୂଜା ହେଗଡେ ନଜର ଆସିବେ। ଅନ୍ୟପକ୍ଷରେ ଶେହେନାଜ ଗିଲ ଏବଂ ପଲକ ତିୱାରୀ ଏହି ଫିଲ୍ମରେ ଡେବ୍ୟୁ କରିବେ। ଏହି ଫିଲ୍ମରେ ସଲମାନ ଖାନଙ୍କ ପ୍ରଥମ ଲୁକ ଆଉଟ ହୋଉଛି । ତେବେ ଦବଙ୍ଗ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଯଦି ଆମେ ସଲମାନଙ୍କ କାମର କଥା କହିବା ,ବର୍ତ୍ତମାନ ସଲମାନ ଖାନ୍ ଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି। କିସିକା ଭାଇ କିସି କି ଜାନ୍ ବ୍ୟତିତ ଟାଇଗର ଜିନ୍ଦା ହେ ଫିଲ୍ମରେ ନଜର ଆସିବେ ସଲମାନ୍ । କେବଳ ସେତିକି ନୁହେଁ, ନୋ ଏଣ୍ଚ୍ରି ମେନ ଏଣ୍ଚ୍ରି , କିକ୍ ୨ରେ ମଧ୍ୟ ତାଙ୍କ ଫିଲ୍ମ ପରଦାକୁ ଆସୁଛି । ଯାହାକୁ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି ଦର୍ଶକ ।
