ଶ୍ରୀଜୀଉଙ୍କ ଦିବା ପହୁଡ଼
ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଦିବା ପହୁଡ଼ ଅନୁଷ୍ଠିତ ହୋଇଯାଇଛି । ପୌଷମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହେଉଛି । ପହିଲି ଭୋଗ ଯୋଗୁ ଶ୍ରୀଜୀଉମାନେ ଅତି ବଡ଼ିଭୋରୁ ନୀତି ଆରମ୍ଭ ହେଉଥିବାରୁ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେଉଛି । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଏହି ଦିବା ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନଧୂପ ୧ଟା ୩୫ ମିନିଟ୍ରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ୨ଟା ୩୦ରେ ଆରମ୍ଭ ହୋଇଥିଲା । ପରେ ଦିବା ପହୁଡ଼ ନୀତି ଚାଲୁ ରହିଥିଲା । ଏହି ଦିବା ପହୁଡ଼ ଯୋଗୁ ୩ ଘଂଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ପରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ ।
