ଭେଷଜ ବିଜ୍ଞାନ ଶିକ୍ଷା ପାଇଁ ଓଡ଼ିଆ ଶଦ୍ଦକୋଷ ପ୍ରସ୍ତୁତି
ପୁରୀ : ଭେଷଜ ବିଜ୍ଞାନ ଶିକ୍ଷା ପାଇଁ ଓଡ଼ିଆ ଶଦ୍ଦକୋଷ ପ୍ରସ୍ତୁତି ସମ୍ପକୀୟ ତ୍ରିଦିବସୀୟ ରାଷ୍ଟୀୟ ସଂଗୋଷ୍ଠୀ ଗୋପାଳପୁର ଆଇଏମଟି କଲେଜ ଠାରେ ଆଜି ଉଦ୍ଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ନୂତନ ଶିକ୍ଷାନୀତିରେ ମାତୃଭାଷାରେ ବୈଷୟିକ ଶିକ୍ଷା ନୀତିକୁ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ମନ୍ତ୍ରଣାଳୟର ବୈଜ୍ଞାନିକ ତଥା ଟେକନିକାଲ ଶଦ୍ଦାବଳୀ ଆୟୋଗ ପ୍ରାୟୋଜିତ ଓ ଆଇଏମ୍ଟି ଫାର୍ମାସୀ କଲେଜ ସହଭାଗିତାରେ ଏହି ସଂଗୋଷ୍ଠୀ ଆରମ୍ଭ ହୋଇଛି । ଭେଷଜ ବିଜ୍ଞାନ ପାଇଁ ଇଂରାଜୀରୁ ଓଡ଼ିଆ ଶଦ୍ଦକୋଷ ପ୍ରସ୍ତୁତି କରାଯିବ । ଏହାକୁ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ । ଏଥିରେ ଭାଷାବିତ୍ ପଦ୍ମଶ୍ରୀ ଡ଼. ଦେବୀପ୍ରସନ୍ନ ପଟ୍ଟନାୟକ,ସୋଆ ଇନଭରସିଟ୍ର କୁଳପତି ପ୍ରଫେସର ଅଶୋକ ମହାପାତ୍ର,ଆୟୋଗର ଅଧ୍ୟକ୍ଷ ଡ଼, ଗିରିଶ୍ ନାଥ ଝା ଯୋଗ ଦେଇଥିଲେ । କଲେଜର ନିର୍ଦ୍ଦେଶକ ମନୋଜ ରଥ,ଅନ୍ନଦା ପ୍ରସାଦ ମହାପାତ୍ର, ଡ଼. ଭୀମସେନ ବେହେରା ଯୋଗ ଦେଇ ଶଦ୍ଦକୋଷ ସମ୍ପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ଅଗ୍ନିମିତ୍ର ବିନ୍ଦା,ବିଭିନ୍ନ ଫାର୍ମାସୀ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଭାଷା ସାହିତ୍ୟ କ୍ଷେତ୍ରରେ ବରିଷ୍ଠ ବିଦ୍ୱାନମାନେ ଯୋଗ ଦେଇଥିଲେ ।
