ଆଶ୍ୱସ୍ତି ଫାଉଣ୍ଡେସନର ବାର୍ଷିକୋତ୍ସବ
ପୁୁରୀ : ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକୋତ୍ସବ ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ଜର୍ଜ ମୁରଲିଧର ପ୍ରଧାନ,ମୁଖ୍ୟବକ୍ତା ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ଼. ସତ୍ୟପ୍ରକାଶ ମିଶ୍ର, ବରିଷ୍ଠ ସେବାୟତ ରାମଚନ୍ଦ୍ର ପ୍ରତିହାରୀ,ସମାଜସେବୀ ସ୍ମିତା ପତି ପ୍ରମୁଖ ଯୋଗ ଦେଇ କୁସଂସ୍କାର ଦୂରକରିବା, ଗରିବଙ୍କୁ ଆଇନଗତ ସାହାର୍ଯ୍ୟ ଦେବାରେ ଏହି ଟ୍ରଷ୍ଟ କାମ କରୁଛି ବୋଲି ଅତିଥିମାନେ କହିଥିଲେ । ଏଥିରେ ଟ୍ରଷ୍ଟର ସଭାପତି ଦୀପକ କୁମାର ପଣ୍ଡା, ମୁରଲିଧର ପ୍ରଧାନ,ଲୋକନାଥ ସୁଆର ପ୍ରମୁଖ ଯୋଗଦେଇ ଟ୍ରଷ୍ଟର କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ । ଟ୍ରଷ୍ଟର ସଂପାଦିକା ଗିରିଜା ମଞ୍ଜରୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ସମ ସମ୍ପାଦିକା ସାଗରିକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କୁନି କୁନି କଳାକାରଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା ।
