ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ
ଭଦ୍ରକ : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତ ଦୁଇଦିନ ଧରି ଚାଲିଥିବା କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍ଯାପିତ ହୋଇ ଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଚାନ୍ଦବାଲି ତହସିଲଦାର ଶ୍ରୀଯୁକ୍ତ ସୁଶାନ୍ତ ସୂତାର, ମୁଖ୍ୟବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ ଇଞ୍ଜିନିଅର ଶ୍ରୀଯୁକ୍ତ ଅଭୟ ସୂତାର, ସଂମ୍ମାନିତ ଅତିଥି ରୂପେ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରମାକାନ୍ତ ପାଣିଗ୍ରାହୀ ଯୋଗଦେଇ କ୍ରୀଡା ପ୍ରତି ନିଷ୍ଠାବାନ ହେବାକୁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସଂଯୁକ୍ତା ଭାରତୀ ମଞ୍ଚ ପରିଚାଳନା କରିଥିଲେ । କ୍ରୀଡା ଶିକ୍ଷକ ରାଜକିଶୋର ଦାଶଙ୍କ ତତ୍ତ୍ୱାବଧାନରେ ବାଳକ ବାଳିକା ମାନଙ୍କର ବିଭିନ୍ନ ପ୍ରକାର ଖେଳ କରାଯାଇଥିଲା । ବାଣିଜ୍ୟ ବିଭାଗର ଅଧ୍ୟାପକ ମୃତ୍ୟୁଞ୍ଜୟ ଦାସ, କ୍ରୀଡା ସମ୍ପାଦକ ଲଳିତ ମୋହନ ଜେନା ନୃତ୍ୟ ପ୍ରତିଯୋଗିତାର ବିଚାରକ ଭାବରେ ଯୋଗଦେଇଥିଲେ । ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କାର୍ଯ୍ୟାଳୟ କର୍ମଚାରୀ ସହଯୋଗ କରିଥିଲେ ।
