ସମାଜସେବୀଙ୍କ ସ୍ମୃତି ସଭା
ଯାଜପୁର : ଦଶରଥପୁର ବ୍ଲକ ଗ୍ରାମ ନନ୍ଦିପୁର ପଞ୍ଚାୟତ ମିର୍ଜାପୁର ଗ୍ରାମର ବରିଷ୍ଠ ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ଯାଜପୁର ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ଦଶରଥପୁର ପଞ୍ଚାୟତ ସମିତିର ପ୍ରାକ୍ତନ ଉପାଧ୍ୟକ୍ଷ ତଥା ଗ୍ରାମନନ୍ଦିପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ବିଷ୍ଣୁଚରଣ ମହାପାତ୍ର ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ ମହାପାତ୍ରଙ୍କ ଅମର ଆତ୍ମାର ସଦ୍ଗତି କାମନାକରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠିତ ଏହି ସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଜିଲ୍ଲା ପ୍ରତିନିଧି ପ୍ରଦୀପ ମହାନ୍ତି, ପି.ସି.ସି. ସଭ୍ୟ ଦେବେନ୍ଦ୍ର ପଣ୍ଡା, ଗୟାଧର ପଣ୍ଡା, ବିଞ୍ଝାରପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷା କନକଲତା ମଲ୍ଲିକ, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ରରାୟ, ସାମାଜିକକର୍ମୀ ଦିଲ୍ଲୀପ ଦଳାଇ, ଶ୍ୟାମ ସୁନ୍ଦର ମହାପାତ୍ର, ବିଷ୍ଣୁ ଚରଣ ଧଳ, ଦେବେନ୍ଦ୍ର ନାୟକ, ଅଧ୍ୟାପକ ନିରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତରହି ସ୍ୱର୍ଗତ ମହାପାତ୍ରଙ୍କ କର୍ମମୟ ଜୀବନି ଉପରେ ଆଲୋକପାତ କରିଥିଲେ ।
