ବିରିପଟାରେ ନାମସଂକୀର୍ତ୍ତନ କାର୍ଯ୍ୟକ୍ରମ
ଯାଜପୁର : ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତ ବିରିପଟା ଗ୍ରାମରେ ନାମସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ତ୍ତିକ ପୂର୍ଣ୍ଣ ପରିପ୍ରେକ୍ଷୀରେ ଅନୁଷ୍ଠିତ ନାମ ସଂକୀର୍ତ୍ତନ ଚଳିତବର୍ଷ ୧୨୫ ବର୍ଷରେ ପ୍ରଦାର୍ପଣ କରିଥିଲା । ଏହି ପରିପ୍ରେକ୍ଷୀରେ ସଂକୀର୍ତ୍ତନ ମଣ୍ଡପରେ କଳସ ପୂଜାପରେ ସୂର୍ଯ୍ୟପୂଜା, ଗୋ-ପୂଜା ଓ ଯଜ୍ଞ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ସଂକୀର୍ତ୍ତନ କମିଟି ପକ୍ଷରୁରାଧାଶ୍ୟାମ ନାଥ, ବସନ୍ତ ସାମଲ, ଅଶୋକ ନାଥ, ବିନୁସାହୁ, ବିଜୟ ଧଳ, ଗଦାଧର ସାମଲ, ଜୟଦେବ ଧଳ, ବିଭୁ ସାମଲ ସମେତ ଗ୍ରାମର ବହୁସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇଥିଲେ ।
