ରୋଟାରୀ କ୍ଲବ ବିରଜାକ୍ଷେତ୍ର ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ଯାଜପୁର : ଯାଜପୁରସ୍ଥିତ ବିରଜା ନର୍ସିଂସ୍କୁଲ ମାନସାପୋହ୍ଲ ପରିସରରେ ଶୁକ୍ରବାର ଦିନ ରୋଟାରୀ କ୍ଲବ ବିରଜା କ୍ଷେତ୍ର ପକ୍ଷରୁ ଏକ ଚକ୍ଷୁ ପରୀକ୍ଷା ଶିବିର ଅନଷ୍ଠିତ ହୋଇଯାଇଛି । ରୋଟାରୀ ଡ଼ାକ୍ତରଖାନାର ଚକ୍ଷୁ ବିଶେଷଜ୍ଞମାନେ ଏହି ଶିବିରରେ ଯୋଗ ଦେଇ ୨୮୦ ଜଣଙ୍କର ଚକ୍ଷୁ ପରୀକ୍ଷା କରିବା ସହିତ ୮୦ ଜଣଙ୍କର ଚକ୍ଷୁର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚୟନ କରିଥିଲେ । ରୋଗୀ ମାନଙ୍କୁ ମାଗଣାର ରହିବା, ଖାଇବା ଓ ଚିିକିତ୍ସାଯୋଗାଇ ଦେବାସହିତ ଆବଶ୍ୟକୀୟ ଔଷଧ ଯୋଗାଇ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ରୋଟାରୀ କ୍ଲବ ପକ୍ଷରୁ ରୋଟାରୀଆନ୍ ନନ୍ଦ କିଶୋର ସାହୁ, ରଶ୍ମିରଞ୍ଜନ ମହାନ୍ତି, ପରେଶ ମଲିକ ପ୍ରମୁଖ ଶିବିର ପରିଚାଳନା କରିଥିଲେ।
