ସମାଜସେବୀ ସୁଧାକର ସାହୁଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଝିଙ୍କିରିଆ ଗ୍ରାମର ସମାଜସେବୀ ସୁଧାକର ସାହୁଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ ଉତ୍ସବ ମୁକୁନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁଧାକର ସାହୁ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ସଭାରେ ସେନା କର୍ମଚାରୀ ଜ୍ୟୋତିର୍ମୟ ପାଣ୍ଡବ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ସରପଞ୍ଚ ସସ୍ମିତା ମଲିକ, ମୁଖ୍ୟବକ୍ତା ଭାବେ ସମିତିସଭ୍ୟ ଶୁକଦେବ ମଲିକ, ସମ୍ମାନିତ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ ଅଜୟ କୁମାର ମିଶ୍ର ଓ ସମାଜସେବୀ ସୁଧାଂଶୁ ମହାଳିକ ପ୍ରମୁଖ ଯୋଗ ଦେଇ ସମାଜସେବୀ ସ୍ୱର୍ଗତ ସୁଧାକର ସାହୁଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଶିକ୍ଷକ ସୁମନ୍ତ ଦାସ, ଶିକ୍ଷୟତ୍ରୀ ମିନତୀଲତା ରାଉତ, ମିନତୀଲତା ଦାସ, ଦିପ୍ତୀରାଣୀ ମହାଳିକ, କନକଲତା ମହାପାତ୍ର ପ୍ରମୁଖଙ୍କୁ ମାତା ଅହଲ୍ୟା ସ୍ମୃତି ଅର୍ଘ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସ୍କୁଲର କୃତୀ ଛାତ୍ରଛାତ୍ରୀ ତପନ ମହାଭୋଇ, ରୋହିତ ପ୍ରଧାନ, ଲକ୍ଷ୍ମୀପ୍ରିୟା ଦାସ, ଅଂଶୁମାନ ନାୟକ, ସୁଦୀପ୍ ସାହୁ, ଗୀତାଞ୍ଜଳି ବେହୁରିଆ, ରାଜସ୍ମିତା ନାୟକ, ପୁଷ୍ପଲତା ମହଲା, ଦିବ୍ୟାଂଶୁ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହିତ ଜୀବନ ଜ୍ୟୋତି ସଂଗଠନ ପକ୍ଷରୁ ନୂଆଦିଲ୍ଲୀରେ ମଞ୍ଚସ୍ଥ ‘ବାପା’ ନାଟକରେ ବାପା ଭୂମିକାରେ ନିଖୁଣ ଅଭିନୟ କରିଥିବା ଦେବେନ୍ଦ୍ର ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବୀରେନ୍ଦ୍ର ସାହୁ, ଧୀରେନ୍ଦ୍ର ସାହୁ, ସୀମାରାଣୀ ସାହୁ, ଦେବାଶିଷ ସାହୁ, ମନିଷା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
