ସମାଜସେବୀ ସନାତନ ରାଉତଙ୍କ ଏକାଦଶତମ ଶ୍ରାଦ୍ଧବାର୍ଷିକ ପାଳିତ
ତିହିଡ଼ି : ସମାଜସେବୀ ତଥା ପୂର୍ବତନ ସରପଞ୍ଚ ସ୍ୱର୍ଗତ ସାନତନ ରାଉତଙ୍କ ଏକାଦଶତମ ଶ୍ରାଦ୍ଧବାର୍ଷିକ ତାଙ୍କ ଜନ୍ମସ୍ଥାନ ଚାନ୍ଦବାଲି ବ୍ଲକ ଯଶୀପୁର ପଞ୍ଚାୟତ ଅଧୀନ ବାରାକୋହ୍ଲା ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର ଦାସ, ଅମୀୟ ମହାପାତ୍ର, ନୁରୁମହମ୍ମଦ ଇସ୍ମାଇଲ, ଧୀରେନ୍ଦ୍ର ବେହେରା, ତିହିଡ଼ି ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ବୈଲୋଚନ ପଣ୍ଡା, କଟକ ଯୁବସଭାପତି ଅର୍ଜ୍ୟବୀର ଲେଙ୍କା, ପୂର୍ବତନ ପିସିସି ମୁଖପାତ୍ର ନରେଶ ମହାନ୍ତି, କେନ୍ଦ୍ରାପଡ଼ା ଯୁ୍ୱବକଂଗ୍ରେସ ସଭାପତି ସତ୍ୟବ୍ରତ ସାମଲ, ପୂର୍ବତନ ଯୁବକଂଗ୍ରେସ ସଭାପତି ଇତିଶ ପ୍ରଧାନ, ସନାତନ ନାୟକ ଭାରତୀ ବିଶ୍ୱାଳ, ଅଭୟ କୁମାର ବଳ, ସୁରେନ୍ଦ୍ର ବେହେରା, ବିଶ୍ୱଜିତ ଦାସ ନିକୁଞ୍ଜ ପଶୟତ, ସୁଶାନ୍ତ ମହାପାତ୍ର, ପ୍ରମିଳା ମାଝୀ, ମୀନକେତନ ସେନାପତି, ସୁରେନ୍ଦ୍ର ସାହୁ, ଗୋରାବାବୁ ସାହା, ସେକ୍ ଅବ୍ଦୁଲା, ସେକ ସହିଦ, ଦିବାକର ବାରିକ, ରାଧାକାନ୍ତ ପାଢ଼ୀ, ଅଭୟ କୁମାର ସାହୁ, ସୁବାଷ ଚନ୍ଦ୍ର ନାୟକ, ଦିଲ୍ଲୀପ ବିଶ୍ୱାଳ, ମଧୁସୂଦନ ଜେନା, ବୃନ୍ଦାବନ ମହାଳିକ, ବଦ୍ରି ନାଥ ନାୟକ, ବିକ୍ରମ ପଣ୍ଡା, ପୃଥ୍ୱୀରାଜ ନାୟକ, ସମ୍ବିତ ଦାସ, ସୁରେନ୍ଦ୍ର ପାଢ଼ୀ, ଅର୍ଜୁନି ବେହେରା, ଅମୁଲ୍ୟ ମହାକୁଡ଼, ସୁଦର୍ଶନ ସ୍ୱାଇଁ, ରମେଶ ନାୟକ, ଅଜୟ ଦାସ,ବୁଦ୍ଧିରାମ ରାଉତ, କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ଗଦାଧର ନାୟକ, ଧ୍ରୁବ ଚରଣ ବିଶ୍ୱାଳ, ସୌମ୍ୟ ରଞ୍ଜନ ବାରିକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ସ୍ୱର୍ଗତ ରାଉତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ରାଉତ ପରିବାର ପକ୍ଷରୁ ବଡ଼ପୁଅ ସଦାନନ୍ଦ ରାଉତ ଓ ସାନପୁଅ ପୂର୍ବତନ ପିସିସି ସଂପାଦକ ସତ୍ୟାନନ୍ଦ ରାଉତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।
