ବଡ଼ ପରଦାରେ ପ୍ରଥମଥର ପାଇଁ ଏକାଠି ନଜର ଆସିବେ ଶ୍ରଦ୍ଧା-ରଣବୀର
ମୁମ୍ବାଇ: ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ରଣବୀର କପୁରଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବେ ପ୍ରଶଂସକ । ବଡ଼ ପରଦାରେ ଏହି ଯୋଡ଼ିକୁ ଦେଖିବାର ସୁଯୋଗ ପାଇବେ ଦର୍ଶକ ।
ଫିଲ୍କନିର୍ମାତା ଲଭ୍ ରଞ୍ଜନ ଘୋଷଣା କରିଛନ୍ତି ଯେ, ତାଙ୍କର ଆଗାମୀ ଫିଲ୍ମ ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖରେ ଅର୍ଥାତ ହୋଲି ଅବସରରେ ମୁକ୍ତଲାଭ କରିବ । ଏନେଇ ଲଭ୍ ରଞ୍ଜନଙ୍କ ପ୍ରଡକ୍ସନ ହାଉସ୍ ନିଜ ଇନଷ୍ଟାଗ୍ରାମର ଅଫିସିଆଲ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି । ଫିଲ୍ମର ପ୍ରଯୋଜନାରେ ଅଛନ୍ତି ଲଭ୍ ରଞ୍ଜନ ଓ ଅଙ୍କୁର ଗର୍ଗ ।
